ଛାତ୍ର ଛାତ୍ରୀ ଙ୍କ ଉଦେଶ୍ୟରେ ବାଙ୍କୀ କଲେଜ ପରିସରରେ ପ୍ରଥମ କରି ଖୋଲିଲା ନଲେଜ ସେଣ୍ଟର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଘଟିଛି ବହୁ ପ୍ରତୀକ୍ଷା ର ଅନ୍ତ ଛାତ୍ର ଛାତ୍ରୀ ଙ୍କ ବୈଷୟିକ ଜ୍ଞାନ ର ବିକାଶ ପାଇଁ ହେଇ ଆସୁଥିବା ଦୀର୍ଘ ଦିନ ର ଦାବି ଏବେ ହୋଇଛି ପୂରଣ. ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଫିଟିଲା ନଲେଜ ସେଣ୍ଟର. ଏହା ଦ୍ୱରା ଛାତ୍ର ଛାତ୍ରୀ ଙ୍କର ସ୍କିଲ ଡେଭଲମେଣ୍ଟ ବଢ଼ିବା ସହିତ ଏହି ନଲେଜ ସେଣ୍ଟର ମାଧ୍ୟମ ରେ ଅତ୍ୟାଧୁନିକ ଜ୍ଞାନ କୌଶଳ ର ସ୍ୱତନ୍ତ୍ର ତାଲିମ ନେଇ ଯେଉଁ ଛାତ୍ର ଛାତ୍ରୀ ମାନେ ଉତୀର୍ଣ୍ଣ ହେବେ ସେମାନଙ୍କୁ ସରକାରୀ ବ୍ୟବସ୍ଥା ରେ ନିଯୁକ୍ତି ର ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି .ଏହାକୁ ବିଧିବଦ୍ଧ ଭାବେ ଆଜି ଉଦ୍ଘାଟନ କରିଛନ୍ତି ଉପଜିଲ୍ଲାପାଳ ପ୍ରଣବ ବେହେରା.ସେପଟେ ମୁଖ୍ୟ ବକ୍ତା ଭାବେ ଓଡିଶା ନଲେଜ କର୍ପୋରେସନ ଲିମିଟ୍ରେଡ଼ (OKCL) ଏମ ଡ଼ି ମନୋରଞ୍ଜନ ପୁଥାଲ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବୈଷୟିକ ଜ୍ଞାନ କୌଶଳ ଉପରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ. ଯାହା ସମସ୍ତଙ୍କୁ ଅଦୃତ କରିଥିଲା. ସେପଟେ ଏହି କାର୍ଯ୍ୟକ୍ରମ ଅତିଥିଭାବେ କଟକ ଜିଲ୍ଲା ସଂଯୋଜକ ସୂର୍ଯ୍ୟନାରାୟଣ ରାଉତ. ଏନଏସି ନିର୍ବାହୀ ଅଧିକାରୀ. ବାଙ୍କୀ କଲେଜ ଅଧକ୍ଷ ପ୍ରମୋଦ କୁମାର ପଣ୍ଡା. ସେପଟେ କଲେଜ ପରିଚାଳନା କମିଟି ର ସମସ୍ତ ସଭ୍ୟ ଙ୍କ ସହିତ ନଲେଜ ସେଣ୍ଟର ଶାଖା ନିର୍ଦେଶକ ଦେବୀଦତ୍ତ ବିଭୁତି ରାୟ ପ୍ରମୁଖ ରହିଥିଲେ ଉପସ୍ଥିତ. ଶେଷରେ ଏ ସମସ୍ତ କାର୍ଯ୍ୟକ୍ରମ ର ସୂଚର ରୂପେ ପରିଚାଳନା କରିଥିଲେ ପି ଆର ଓ ଅନନ୍ତ ରଣା. ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କଲେଜ ପରିଚାଳନା କମିଟି ର ସଦସ୍ୟ ସମରେନ୍ଦ୍ର ମହାପାତ୍ର

Leave a Reply

Your email address will not be published. Required fields are marked *