ଘରେ ପଶି ଲୁଟ ପାଟ ସହ 14 ବର୍ଷର ନାବାଳିକା କୁ ଅପହରଣ ଅଭିଯୋଗ !

0
224

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ତରାପୁର ଗ୍ରାମରେ ଦେଖିବାକୁ ମିଳିଛି ଅଭାବନିୟ ଘଟଣା । ଅଭିଯୋଗ ଅନୁସରେ ଗତ ଜୁନ ମାସ 24 ତାରିଖରେ ତରାପୁର ଗ୍ରାମର ଅକ୍ଷୟ ମଲ୍ଲିକ ଙ୍କ 14 ବର୍ଷର ନାବାଳିକା ଝିଅକୁ ଘରେ କେହି ନଥିବା ର ସୁଯୋଗ ନେଇ ସେହି ଗ୍ରାମର ଶଶୀ ଭୂଷଣ ମଲ୍ଲିକ ନାମକ ଏକ ଯୁବକ ଘରେ ଜୋର ଜବରଦସ୍ତ ପଶି ଝିଅ’ ର ମା ବେକରେ ଧାରୁଆ ଅସ୍ତ୍ର ଲଗାଇ ଝିଅକୁ ଜବରଦସ୍ତି ଉଠାଇ ନେଇଥିବା କେନ୍ଦ୍ରାପଡା ସଦର ଥାନା ରେ ହୋଇଛି ଅଭିଯୋଗ ହୋଇଛି । ତେବେ ଅଭିଯୋଗ ପରେବି ପୋଲିସ କୋହଳ ମନଭାଵ ଯୋଗୁଁ ଘଟଣାର ଅଭିଯୁକ୍ତ ଗିରଫ ହୋଇନାହିଁ . ଏ ସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଠାରୁ ଆରମ୍ଭ କରି ଓଡିଶା ମାନବ ଅଧିକାର କମିଶନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଅଭିଯୋଗକାରୀ । ଏବେ ଦେଖିବାର ବାକି ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ କଣ ନେଉଛନ୍ତି ପଦକ୍ଷେପ ।

LEAVE A REPLY

Please enter your comment!
Please enter your name here