ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଡ଼ମପଡା ବକ୍ଲ ଅର୍ନ୍ତଗତ ଦୁଲଣାପୁର ପଞ୍ଚାୟତର ବରିଷ୍ଠ ନାଗରିକ ତଥା ଦୁଲଣାପୁର ନଦିଆ ମଣ୍ଡଳର ଅଧିକାରୀ ଶରତ ଚନ୍ଦ୍ର ନାୟକଙ୍କ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ବୟସ ହୋଇଥିଲା । ସେ ଜଣେ ଶାନ୍ତ, ସରଳ, ଭଦ୍ର, ଆମାୟିକ, ମିଷ୍ଟଭାଷି, ପରୋପକାରୀ ବ୍ୟକ୍ତି ଥିଲୋ । ଶରତ ଚନ୍ଦ୍ର ନାୟକଙ୍କ ଦେହାନ୍ତରେ ଦୁଲଣାପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଦୁଲଣାପୁର ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା , ସ୍ୱର୍ଗତ ନାୟକଙ୍କ ବଡ଼ପୁଅ ରାଧାନାଥ ନାୟକ ମୁଖାଗ୍ନି ଦେଇଥିଲେ ।
ସ୍ୱର୍ଗତ ନାୟକଙ୍କ ବିୟୋଗରେ ପୂର୍ବତନ ସରପଞ୍ଚ ପ୍ରେମମଞ୍ଜରୀ ମହାପାତ୍ର, ସମାଜସେବୀ ନିରଞ୍ଜନ ସାହୁ, ବାଙ୍କୀ ଡ଼ମପଡା ଶିକ୍ଷକ ମହାସଂଘର କାର୍ଯ୍ୟକାରୀ ସଭାପତି ବନମାଳୀ ରାଉତ, ପୂର୍ବତନ ସମିତିସଭ୍ୟ ମକର ଜେନା , ଶିକ୍ଷାବିତ ରାଜକିଶୋର ନାୟକ, ପୂର୍ବତନ ସରପଞ୍ଚ କୁବେର ଚୈଧୁରୀ , ବରିଷ୍ଠ ନାଗରିକ ଗଦାଧର ରାଉତ ପ୍ରମୁଖ ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲୋ ।