ବ୍ୟାଙ୍କ ଅଫ ବରୋଦାର ଜନ ସଚେତନତା କାର୍ଯ୍ୟକ୍ରମ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ବେଗୁନିଆ ବ୍ଲକ ଦୁର୍ଗାପୁର ଗ୍ରାମପଞ୍ଚାୟତ ଅଫିସ ପରିଶରରେ ଗତ ଶୁକ୍ରବାର ଦିନ ବ୍ୟାଙ୍କ ଅଫ ବରୋଦା, ଗୁଡୁମ ଶାଖା ତରଫରୁ ବ୍ରାଞ୍ଚ ମ୍ୟାନେଜର ରାଜେଶ କୁମାର ବେହେରାଙ୍କ ଅଧକ୍ଷତାରେ ଏକ ପ୍ରଧାନମନ୍ତ୍ରୀ ସାଚୁରେସନ କ୍ୟାମ୍ପ ର ଆୟୋଜନ କରଯାଇଥିଲା ! ଯେଉଁଥିରେ ଭୁବନେଶ୍ୱର ରିଜନର ରିଜୋନାଲ ମ୍ୟାନେଜର ସତ୍ୟରଞ୍ଜନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଆଗାମୀ ଦିନରେ ବ୍ୟାଙ୍କର ଅନେକ ସୁବିଧା କିଭଳି ଭାବରେ ଡିଜିଟାଲୀ ହୋଇ ଆହୁରି ସାରଳ ଓ ସାବଲୀଳ ହେବ ବ୍ୟାଙ୍କର ଉପଭୋକ୍ତା ମାନେ ତାହାକୁ ଅତି ସହଜରେ ବ୍ୟବହାର କରିପାରିବେ ଏହା ଉପରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା l ଏଥି ସହିତ କ୍ୟାମ୍ପରେ 233 ଉପଭୋକ୍ତାଙ୍କର ନିଷ୍କ୍ରିୟ ଖାତାକୁ ପୁନଃ ସକ୍ରିୟ କରାଯିବାସହିତ 35 ଟି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା କରାଯାଇଥିଲା l

Leave a Reply

Your email address will not be published. Required fields are marked *