ନୟାଗଡ଼ ଜିଲ୍ଲା ସ୍ତରୀୟ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟର ତରଫରୁ ଧରିତ୍ ଆବା – ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନର ଦ୍ବାରା ତିନି ଦିନିଆ ନୟାଗଡ଼ ଜିଲ୍ଲା ସ୍ତରୀୟ ଆଦି କର୍ମଯୋଗୀ ଅଭିଯାନର ଏକ ପ୍ରୟୋଗଶାଳା ଦଶପଲ୍ଲା ବ୍ଲକରେ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମକୁ ତହସିଲଦାର ଦଶପଲ୍ଲା, ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ | ଏହି କାର୍ଯ୍ୟକ୍ରମ ଦ୍ବାରା ଦଶପଲ୍ଲା ବ୍ଲକ, ଗଣିଆ ଓ ନୂଆଗାଁ ବ୍ଲକର ମୋଟ ୧୧୩ ଟି ଅନୂସୁଚିତ ଜନଜାତି ବହୁଳ ଗ୍ରାମର ସାମଗ୍ରିକ ଉନ୍ନତ କରାଯିବାର ଲକ୍ଷ ରଖାଯାଇଛି | ସେଇ ଗ୍ରାମର ଜନଜାତି ଯୁବକ ଯୁବତୀ ମାନେ ସଶକ୍ତ ହେବା ସହ ଗ୍ରାମ ଓ ସରକାରୀ କର୍ମଚାରୀଙ୍କ ସହ ସଂଯୋଗ ସ୍ଥାପନା କରି ବିକାଶ ବାହକ ହେବେ | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶିକ୍ଷକ ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ , ଦଶପଲା, ଜିଲ୍ଲା ମଙ୍ଗଳ ଅଧିକାରୀ, ନୟାଗଡ, ଜିଲ୍ଲା ସଂଯୋଜକ ମହିଳା ସଶକ୍ତି କରଣ ନୟାଗଡ଼, ଜିଲ୍ଲା ସମାଜ ମଂଗଳ ଅଧିକାରୀ , ନୟାଗଡ଼, ସହକାରୀ ବନ ସଂରକ୍ଷକ, ନୟାଗଡ଼ ପ୍ରଶିକ୍ଷଣ ପ୍ରଦାନ କରିଥିଲେ | ଦଶପଲ୍ଲା, ଗଣିଆ ଏବଂ ନୂଆଗାଁ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେଇଥିଲେ | ଏହି ଜିଲ୍ଲା ସ୍ତରୀୟ ପ୍ରୟୋଗଶାଳାକୁ ଜିଲ୍ଲା ମଂଗଳ ଅଧିକାରୀ , ନୟାଗଡ଼ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *