ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀର ଅଗ୍ରଣୀ ଯୁବ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ତରଫରୁ ଚକାପଦା ଗ୍ରାମର ଯୁବବନ୍ଧୁ ଭବନରେ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କ ଜନ୍ମଦିବସ ପାଳନ କରାଯାଇଅଛି। ଆବାହକ ଅକ୍ଷୟ କୁମାର ସାମଲଙ୍କ ପରିଚାଳନାରେ ଆୟୋଜିତ ଗୂରୁ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆମ ପରିବାର ଚକ୍ରର ପ୍ରତିଷ୍ଠାତା କୁମାର ଅମୀୟ (ବୁଲୁ ବାବା) ଅଂଶଗ୍ରହଣ କରିଥିଲେ। ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ସାହିତ୍ୟିକ ଲଲାଟେନ୍ଦୁ ପଣ୍ଡା,ରୁଚିକବାସିନୀ ରଜ ମହୋତ୍ସବ କମିଟିର ଆବାହକ ତଥା ଯୁବ କଣ୍ଟଶିଳ୍ପୀ ଅଶୋକ କୁମାର ଗିରି, ଶଶୀଭୂଷଣ ତ୍ରିପାଠୀ, ଅମ୍ରିତ କୁମାର ସାମଲ, ଶଙ୍କର ନାୟକ, ବଳଭଦ୍ର ରଣା, ଅର୍ପିତ କୁମାର ସାମଲ, କଂଗ୍ରେସ ରଣା, ପ୍ରସନ୍ନ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ପିତାମାତାଙ୍କ ପରେ ଶିକ୍ଷକ ହିଁ ପରମ ଗୁରୁ ଗୁରୁ ହିଁ ପରମ ଈଶ୍ୱର, ଗୁରୁଙ୍କ ବିନା କୌଣସି କାମରେ କୃତକାର୍ଯ୍ୟ ହୋଇପାରିବ ନାହିଁ ବୋଲି ସମ୍ମାନିତ ଅତିଥିମାନେ ନିଜ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ। ଏହି ଅବସରରେ ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ (ବୁଲୁ ବାବା)ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ପରିଶେଷରେ ପରିଷଦର ସଭାପତି ନିରଞ୍ଜନ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଆଦର୍ଶ ଯୁବ ପରିଷଦ ପକ୍ଷରୁ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କ ଜନ୍ମ ଦିବସ ପାଳନ !!!

