ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ନାବାଳକକୁ ଡାକିଲେ , କଥା ହେଲେ , ମାନସିକ ନିର୍ଯ୍ୟାତନା ବି ଦେଲେ । ଆଉ ଜୋର ଜବରଦସ୍ତ ମଦ ବି ପିଆଇଲେ । ଏଭଳି ଘଟଣା ଘଟିଛି କୁଜଙ୍ଗ ଥାନା ବନାପାଟ ଗ୍ରାମରେ । ଅମାନବୀୟ , ନିଷ୍ଠୁର , ବର୍ବର – ଏପରି ଯେତେ କଡ଼ା ଭାଷାରେ ନିନ୍ଦା କଲେ ମଧ୍ୟ ତାହା କମ ହେବ । ନାବାଳକକୁ ମଦ ପିଆଇଲେ , ରାଜି ନ ହେବାରୁ ବହେ ପିଟିଲେ ! ଛଅ ଛଅ ଟା ବିଅର ବୋତଲ ଆଣିଲେ । ଜୋର ଜବରଦସ୍ତ ପିଆଇଲେ । ମନା କଲା ବୋଲି ନିର୍ଦ୍ଧୁମ ଛେଚିଲେ । ଘଟଣାର ଦୃଶ୍ୟ ସୋସାଲ ମିଡ଼ିଆ ରେ ଘୁରି ବୁଲିବା ପରେ କୁଜଙ୍ଗ ପୋଲିସ ଏକ ମାମଲା ରୁଜୁ କରି ବିଳମ୍ବିତ ରାତିରେ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିଛି ।
ନାବାଳକ କୁ ଜୋର ଜବରଦସ୍ତ ମଦ ପିଆଇ ଜଣେ ଗିରଫ !!!

