ବିଜୁ ଏକ୍ସପ୍ରେସ ରାସ୍ତା ରେ କିୟା ସୋନେଟ ଗାଡି ଧକ୍କାରେ ବୃଦ୍ଧ ଙ୍କ ମୃତ୍ୟୁ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ମୃତ । ପାଇକମାଳ ଥାନା ଅନ୍ତର୍ଗତ ନୂଆପଡା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ରାସ୍ତା ରେ ଏକ କିୟା ସୋନେଟ ଗାଡି ଜଣେ ବୃଦ୍ଧ ଙ୍କୁ ପିଟି ଦେଇଥିଲା ! ଯାହା ଫଳରେ ଘଟଣା ସ୍ଥଳ ରେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି । ଗାଡି ଚାଳକ ପାଇକମାଳ ମାଣ୍ଡୋସିଲ ଗ୍ରାମର ଦୁଷ୍ମନ୍ତ କୁମାର ସାହୁ ବୋଲି ଜଣା ଯାଇଥିବା ବେଳେ ମୃତ ବ୍ୟକ୍ତି ଙ୍କ ନାମ ନାଥ ଅଜଗର । ସେ ପାଇକମାଳ ସ୍ଥିତ ଡୁଙ୍ଗୁରିପାଲି ଗ୍ରାମର ବୋଲି ଜଣାଯାଇଛି । ତେବେ ଅଭିଯୁକ୍ତ କୁ ଘଟଣା ସ୍ଥଳ ରେ ପୋଲିସ ପହଂଚି ହେପାଜତରେ ରଖିଥିବା ବେଲେ ନ୍ୟାୟ ଦାବି ନେଇ ରାସ୍ତା ରୋକ କରିଛନ୍ତି ଡୁଙ୍ଗୁରିପାଲି ଗ୍ରାମବାସୀ ।

 

 

 

Leave a Reply

Your email address will not be published. Required fields are marked *