ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ନବ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ସମୂହ ସମ୍ବର୍ଦ୍ଧନା !!!

Spread the love

ଦଶପଲ୍ଲା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦଶପଲ୍ଲା ନିକଟସ୍ଥ କୁଆଁରିଆ ଡାକ ବଙ୍ଗଳା ଠାରେ ଆୟୋଜିତ ହୋଇଯାଇଛି ନବ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ସମୂହ ସମ୍ବର୍ଦ୍ଧନା ସଭା । ଏହି ସମ୍ୱର୍ଦ୍ଧନା ସଭା ରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ, ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ସଭାପତି ରମେଶ ଚନ୍ଦ୍ର ବେହେରା, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦା ସାହୁ, ଗଣିଆ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଝୁନା ଜେନା ଏବଂ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ବେହେରାଙ୍କ ସମେତ ଦଶପଲ୍ଲା ବ୍ଲକ ଉପାଧ୍ୟକ୍ଷ , ଗଣିଆ ବ୍ଲକ ଉପାଧ୍ୟକ୍ଷ , ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ଏଵଂ ଦଶପଲ୍ଲା , ଗଣିଆ , ନୂଆଗାଁ ବ୍ଲକ ର ଛଅ ଗୋଟି ଜୋନ ର ଜିଲ୍ଲା ପରିଷଦ ଏବଂ ସମସ୍ତ ବ୍ଲକ ର ଗ୍ରାମ ପଞ୍ଚାୟତ ର ସରପଞ୍ଚ , ସମିତି ସଭ୍ୟ ଏବଂ ଦଶପଲ୍ଲା ଏନଏସି ର ସମସ୍ତ କାଉନସିଲର ଏବଂ ଅନେକ ବିଜୁ ଜନତା ଦଳର ସଦସ୍ୟ ଉପସ୍ଥିତ ରହିଥିଲେ . ସାଂସଦ ଡ.ଅଚ୍ୟୁତ ସାମନ୍ତ ଓ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ସମସ୍ତ ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଦଶପଲ୍ଲା ଉପାନ୍ତ ଅଞ୍ଚଳ ଚଢେଇଆପଲ୍ଲି ବାସୀ ଙ୍କୁ ରୋଗୀ ସେବା ଯୋଗାଇ ଦେବା ପାଇଁ ମାନ୍ୟବର ସାଂସଦ ଡ.ଅଚ୍ୟୁତ ସାମନ୍ତ ଙ୍କ ପାଣ୍ଠି ରୁ ଦଶ ଲକ୍ଷ ଟଙ୍କା ଦେୟରେ ଏକ ନୂତନ ଆମ୍ବୁଲାନସ ଯୋଗାଇ ଦିଆଯାଇଛି . ସାଂସଦ ଏବଂ ବିଧାୟକ ସବୁଜ ପତାକା ଦେଖାଇ ଆମ୍ବୁଲାନସ ର ଶୁଭ ଉଦଘାଟନ କରିଥିଲେ ।

Leave a Reply

Your email address will not be published. Required fields are marked *