ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜଳଛତ୍ର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କଲେଜ ଛକ ନିକଟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜଳ ଛତ୍ର ଖୋଲା ଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏବଂ ବାଙ୍କୀ ବିଧାୟକ ତଥା ରାଜ୍ୟ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ବିଶ୍ଵଜିତ ତ୍ରିପାଠୀଙ୍କ ନେତୃତ୍ୱରେ ଜଳଛତ୍ର ଉଦଘାଟିତ ହୋଇଯାଇଛି । ଏଥିରେ ଦହି ପଣା ବଣ୍ଟନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜଜେମା ସୁଶ୍ରୀ କଲ୍ୟାଣି ଗଜପତି, ବରିଷ୍ଠ ନେତା ଲକ୍ଷ୍ମୀକାନ୍ତ ପରିଚ୍ଛା, ଯୁବ ସଭାପତି ଏସ. ଲିଙ୍ଗରାଜ, ପାରଳା ପୋୖର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ , ଉପାଧ୍ୟାକ୍ଷା ଲେଙ୍କା ମଧୁ, ୱାର୍ଡ କାଉନସିଲର ବରିଷ୍ଠ ନେତା ସୁଜିତ ଦାସ, ମୋ ପରିବାର ର ସଂଯୋଜିକା ଇନ୍ଦିରା ପଟ୍ଟନାୟକ , ଜମାଦାର ପଟ୍ଟନାୟକ, ବିଜେଡି ସଭାପତି ପ୍ରଦୀପ ନାୟକ . ବହୁ ଛାତ୍ର ନେତା କାର୍ଯ୍ୟକ୍ରମରେ ଯୋଗଦେଇ ପଥଚାରୀ ଏବଂ ବାଟୋଇ ମାନଙ୍କୁ ଦହିପଣା ବଣ୍ଟନ କରିଥିଲେ । ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ବିଜୁ ଛାତ୍ର ଜନତା ଦଳ ଜଳଛତ୍ର ଖୋଲି ଘୋଳ ଦହି ବଣ୍ଟନ କୁ ସହର ବାସୀ ସ୍ୱାଗତ କରିଛନ୍ତି ।

Leave a Reply

Your email address will not be published. Required fields are marked *