ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର କଳାକାର ମାନେ ନୃତ୍ୟ ପରିବେଷଣ ନିମନ୍ତେ ଦୁବାଇ ଯାତ୍ରା କରିଛନ୍ତି, କଳା ଓ ସଂସ୍କୃତି ନଗରୀ ପାରଳାଖେମୁଣ୍ଡିରେ ଦୀର୍ଘ ୧୫ ବର୍ଷ ଧରି ଏହି ନୃତ୍ୟାନୁଷ୍ଠାନର ନୃତ୍ୟ ନିର୍ଦ୍ଧେଶିକା ଡି. ପ୍ରିୟଙ୍କା ଙ୍କ ତତ୍ତ୍ବାବଧାନରେ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ମୌଳିକତାକୁ ବଜାୟ ରଖିବାର ପ୍ରୟାସ ଅଦ୍ୟାବଧି ଜାରି ରଖିଛି, ଏହି ପ୍ରୟାସରେ ଚଳିତ ମାସ ସେପ୍ଟେମ୍ବର ୧୦ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୬ ଦିନ ପାଇଁ ନୃତ୍ୟ ନିର୍ଦ୍ଦେଶିକା ତଥା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟର ସଂସ୍କୃତ ବିଭାଗ ଅଧ୍ୟାପିକା ଡ଼ି.ପ୍ରିୟଙ୍କା ପଞ୍ଚମ ଥର ପାଇଁ ବିଦେଶ ଗସ୍ତ କରିଛନ୍ତି।ଗୁରୁ ଶିଷ୍ୟର ସୁଦୃଢ଼ ପରମ୍ପରାରେ ୫ ଜଣ ବରିଷ୍ଠ ଶିଷ୍ୟା ଅନ୍ବେଷା ରଥ,ବିଷ୍ଣୁପ୍ରିୟା ମଣ୍ଡଳ,ଅନୌଷ୍କା ଅନହିତା ସାହୁ,ତନୀଷା ବେବର୍ତ୍ତା ,ଲିସାରାଣୀ ପାଢ଼ୀ ସାଥିରେ ଦୁବାଇ ଗସ୍ତ ଯାଇଛନ୍ତି, ସେଠାରେ ହିନ୍ଦୁସ୍ଥାନ ଆର୍ଟ ଆଣ୍ଡ ମ୍ୟୁସିକ ସୋସାଇଟୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଭାରତ ସଂସ୍କୃତି ଯାତ୍ରାରେ ଯୋଗଦେଇ ବିଭିନ୍ନ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବେ । ଏହି ଅବସରରେ ସେ ପିତାମାତାଙ୍କ ପ୍ରେରଣା ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ଡଃ. ଗଜେନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ, ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ତଥା ପାରଳାବାସୀଙ୍କ ଆଶୀର୍ବାଦରେ ସମ୍ଭବ ହୋଇପାରିଥିବା କଥା ସେ ପ୍ରକାଶ କରିଛନ୍ତି ଏବଂ ସେଥିନିମନ୍ତେ ସେମାନଙ୍କଠାରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଅନୁଷ୍ଠାନ ଉପଦେଷ୍ଟା ଆଦର୍ଶ ଦାସ, ସଦସ୍ୟ ବାଳକୃଷ୍ଣ ପାଣିଗ୍ରାହୀ, ରାଜେନ୍ଦ୍ର ରଥ, ସ୍ନିଗ୍ଧା ମିଶ୍ର , ବିଚିତ୍ରା ନନ୍ଦ ବେବର୍ତ୍ତା, କଲ୍ୟାଣୀ ମିଶ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।
ଅଗ୍ରଣୀ ସାଂସ୍କୃତିକ ସଂଗଠନର ଦୁବାଇ ଗସ୍ତ !!!

