ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ମହିଳା ମାନଙ୍କୁ ମୌଳିକ ହାତ ତିଆରି ଧୂପକାଠି ଏବଂ ଫିନାଇଲ ତାଲିମ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ମହିଳା ମାନଙ୍କୁ ମୌଳିକ ହାତ ତିଆରି ଧୂପକାଠି ଏବଂ ଫିନାଇଲ ତାଲିମ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ! ଏହି 12 ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ସାନତୁଣ୍ଡି ଗ୍ରାମ ପଂଚାୟତର ବଡତୁଣ୍ଡି ଗ୍ରାମରେ ଅନୁଷ୍ଠିତ ହେଉଅଛି ଏଥିରେ ରେମ୍ପି ଏବଂ ବଡତୁଣ୍ଡି ଗ୍ରାମର ମୋଟ 35 ଜଣ ମହିଳା ତାଲିମରେ ଉପସ୍ଥିତ ଥିଲେ । ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀମାନ ତ୍ରିନାଥ ନାଗ ସଭାପତିତ୍ୱ କରିଥିଲେ ତଥା ସାନତୁଣ୍ଡି ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀମତୀ ସଂଘମିତ୍ରା ଶବର ମହୋଦୟା ମୁଖ୍ୟ ଅତିଥି ଏବଂ ବଡତୁଣ୍ଡି ଗ୍ରାମର ୱାର୍ଡ ମେମ୍ବର ମୋହାଦୟା ଶ୍ରୀମତୀ ଦମୟନ୍ତୀ କାର୍ଜୀ ଉପସ୍ଥିତ ଥିଲେ । ମହିଳା ତାଲିମ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ। ଏହି ସଭାରେ ଅନୁଷ୍ଠାନର ଧୂପକାଠି ତିଆରି ପ୍ରଶିକ୍ଷିକା ଶ୍ରୀମତୀ ପ୍ରିୟଦର୍ଶିନୀ ସ୍ୱାଇଁ ଏବଂ ଶ୍ରୀମତୀ ଵାପିନି କାର୍ଜି ଏମବିକେ ଉପସ୍ଥିତ ଥିଲେ | ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ତଥା ସଂଯୋଜକ ଶ୍ରୀ ପ୍ରଦୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ ଏବଂ ପରବର୍ତ୍ତୀ କାର୍ଯ୍ୟକ୍ରମ “ଏକ ପେଡ ମାଆ କି ନାମ 2.0” ବଡତୁଣ୍ଡି ଗ୍ରାମର ମା ମହାମୟୀ ମହାସଂଘ ସଭା ଗୃହ, ପ୍ରାଙ୍ଗଣରେ ବୃକ୍ଷ ରୂପଣ କରାଯାଇଥିଲା ଏଥିରେ ଆରସେଟି ନିର୍ଦେଶକ, ଶ୍ରୀ ତ୍ରିନାଥ ନାଗ ଏବଂ ସରପଞ୍ଚ, ସାନତୁଣ୍ଡି, ଶ୍ରୀମତୀ ସଂଗମିତ୍ର ଶବର ମହୋଦୟା ତଥା ପ୍ରଧ୍ୟାପକ ପ୍ରଦୀପ କୁମାର ଦାସ ଉପସ୍ଥିତ ରହି କାର୍ଯ୍ୟକୁ ସୁଚାର ରୂପେ ସମ୍ପାଦନା କରିଥିଲେ l

Leave a Reply

Your email address will not be published. Required fields are marked *