ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡ଼ ବ୍ରାହ୍ମଣ ସାହି ଛକରେ ଜୟ ଦୁର୍ଗା ପୂଜା କମିଟି ପକ୍ଷରୁ 65 ତମ ଶାରଦୀୟ ନବ ଦିନାତ୍ମକ ପୂଜା ଅନୁଷ୍ଠିତ ହେଉଛି । ଏହି ପୂଜା 9 ଦିନ ଧରି ଅନୁଷ୍ଠିତ ହେବ । ମାଆଙ୍କର ପ୍ରତ୍ୟେହ ଷୋଡ଼ଶ ଉପଚାର ପୂଜା, ସକାଳ ସନ୍ଧ୍ୟାରେ ହୋମ, ପ୍ରତିଦିନ ରାତିରେ ସପ୍ତ ସତୀ ଚଣ୍ଡୀ ପାଠ ପ୍ରଭୃତି କାର୍ଯ୍ୟକ୍ରମ ରହିଛି । ମାଆ ଦୁର୍ଗାଙ୍କର ଭଷାଣି ଉତ୍ସବ , ଅଖଣ୍ଡ ଦୀପ ଜାଳିବା ବ୍ୟବସ୍ଥା ରହିଛି । ସନ୍ଧ୍ୟା ହେଲେ ମାଆଙ୍କ ସନ୍ଧ୍ୟା ଆଳତୀ ଦର୍ଶନ କରିବା ସକାଶେ ଭକ୍ତଙ୍କ ସମାଗମ ହେଉଛି ।ଆଲୋକ ସଜ୍ଜାରେ ବଡ଼ ବ୍ରାହ୍ମଣ ସାହି ଛକ ଝଲସି ଉଠୁଛି ।
ବଡ଼ ବ୍ରାହ୍ମଣ ସାହିରେ 65 ତମ ଶାରଦୀୟ ନବ ଦିନାତ୍ମକ ଦୁର୍ଗା ପୂଜା !!!

