ସାମ୍ବାଦିକ ଙ୍କ ନାମରେ ମିଥ୍ୟା ଅଭିଯୋଗ : ସହଯୋଗ କରିଥିବା ଥାନା ଆଇଆଇସି ଙ୍କ ଉପରେ ପଡିଲା ଚଡକ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ସାମ୍ବାଦିକ ମାନଙ୍କ ନାମ ରେ ମିଥ୍ୟା ଖବର ପ୍ରସାରଣ କରି ଆସୁଥିବା ଏପରିକି ଥାନା ଆଈ ଆଈ ସି ଙ୍କୁ ସାଙ୍ଗରେ ସାମିଲ କରି ବିଭିନ୍ନ ଚୋରା କାରବାର ଚାଲୁଥିବା ପଥର ଖାଦାନରୁ ଓ ମୋରମ ଏବଂ ବାଲି ଗାଡି ଆଉ ମଧ୍ୟ ରାତିରେ ଗଞ୍ଜେଇ,ମଦ, ଗୋରୁ, ଗାଡ଼ିରୁ ବିପୁଳ ମାତ୍ରା ରେ ଅର୍ଥ ଉପାର୍ଜନ ଘଟଣାରେ ଆସିଲା ଭିନ୍ନ ମୋଡ ! ଆଗରୁ ଯଦି କିଏ ବାଧକ ସାଜନ୍ତି ତାହାଲେ ସେଇ ବାବୁଙ୍କର ବେଳା ଖରାପ ହୁଏ ତାଙ୍କ ନାମରେ ମିଥ୍ୟା କଥା ଲେଖି ଫେସବୁକରେ ଛାଡ଼ନ୍ତି ! ଥାନାରେ ଲିଖିତ ଅଭିଯୋଗ କରନ୍ତି ତାହାଲେ ଥାନାରେ ଥିବା ଅଧିକାରି ମହାଶୟ ଅଭିଯୋଗକାରୀଙ୍କୁ ଓଲଟି ଧମକ ଦିଅନ୍ତି ! କାରଣ ଏହି ଦୁଇ ବ୍ୟକ୍ତି ଖିରୋଦ ପରିଡା ଏବଂ ରୁଦ୍ରାସିଶ ନାଥ ମିଶି ଥାନା ଅଧିକାରୀଙ୍କୁ ବିଭିନ୍ନ ଜାଗାରୁ ମଧ୍ୟସ୍ଥି କରି ଅର୍ଥ ଆଣି ଦେଇଥାନ୍ତି ! ଏବେ ଏକ ଡିଜିଟାଲ ମିଡ଼ିଆ ବିରୋଧରେ ମିଥ୍ୟା କଥା ଲେଖି ଥିବାର ଅଭିଯୋଗ ଆସିଛି l ଉତ୍କଳ ନ୍ୟୁଜ ଡିଜିଟାଲ ଚ୍ୟାନେଲ ର ଶଙ୍କର୍ଷଣ ମହାପାତ୍ର , ରାଜ୍ୟ ମାନବ ଅଧିକାର କମିଶନ ଙ୍କୁ ଏକ ଲିଖିତ ଅଭିଯୋଗ କରିବା ସହ ଚୌଦ୍ୱାର ଥାନା ରେ ଉକ୍ତ ସାମ୍ବାଦିକ ଙ୍କ ନାମ ରେ ଲିଖିତ ଅଭିଯୋଗ କରିଛନ୍ତି | ଏ ନେଇ ଉତ୍କଳ ନ୍ୟୁଜ ର ମୁଖ୍ୟ ସମ୍ପାଦିକା ସୁଶ୍ରୀ ସୁନିତା ମହାପାତ୍ର ମଧ୍ୟ ସାମ୍ବାଦିକ ଙ୍କ ବିରୁଦ୍ଧ ରେ ଲିଖିତ ଅଭିଯୋଗ କରିଛନ୍ତି | ତେବେ ଏହି ସବୁ ଘଟଣା କୁ ଚୌଦ୍ୱାର ଥାନା ପକ୍ଷ ରୁ ଘଣ୍ଟ ଘଡାଉଥିବା ରୁ , ଚୌଦ୍ୱାର ଥାନା ରେ ସାମ୍ବାଦିକ ଶଙ୍କର୍ଷଣ ମହାପାତ୍ର ଓ ଉତ୍କଳ ନ୍ୟୁଜ ର ମୁଖ୍ୟ ସମ୍ପାଦିକା ଧାରଣା ରେ ବସିଥିଲେ | ଥାନା ଅଧିକାରୀ ସେଠା କୁ ଆସି ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କ ଅଭିଯୋଗ ଶୁଣି ତୁରନ୍ତ ଏହି ଦୁଇ ଙ୍କ ବିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା କୁ ପ୍ରତିଶୃତି ଦେଇଥିଲେ | ନ୍ୟାୟ ପାଇବା ର ପ୍ରତିଶୃତି ମିଳିବା ପରେ ଧାରଣା ରୁ ଉଠିଥିଲେ ସାମ୍ବାଦିକ | ବିଗତ ଦିନରେ ବିଭିନ୍ନ ଅପରାଧ ଯଥା , ବିଭିନ୍ନ ସରକାରୀ ଅଫିସର ମାନଙ୍କୁ ଧମକାଇବା , ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଧମକାଇବା , ବିଭିନ୍ନ ବ୍ୟବସାୟୀକ ସଂସ୍ଥା କୁ ଧମକାଇ ଦାଦା ବଟି ଆଦାୟ ର ଅଭିଯୋଗ ଆସିଥିଲା | ଏପରି କି ଟାଙ୍ଗି ଚୌଦ୍ୱାର ଅଂଚଳ ର ବହୁ ପ୍ରତିଷ୍ଠିତ ସାମ୍ବାଦିକ , ସୂଚନା କର୍ମୀ ଓ ସେମାନଙ୍କ ପରିବାର ଲୋକଙ୍କ ବିଷୟ ରେ ସୋସିଆଲ ମିଡ଼ିଆ ରେ ଅଶାଳୀନ ଭାଷା ରେ ଲେଖି ବ୍ଲାକମେଲ କରୁଥିଲେ | ଯାହାକୁ ନେଇ ଟାଙ୍ଗି ଚୌଦ୍ୱାର ଆଦି ବିଭିନ୍ନ ଥାନା ରେ ସେମାନଙ୍କ ନାମ ରେ ବହୁ କେଶ ରହିଛି |

Leave a Reply

Your email address will not be published. Required fields are marked *