ମୋହନା ବିଧାୟକ ଦାସରଥି ଗମାଙ୍ଗ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ମନୋନୀତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଙ୍କ ନୁଆ ଟିମ୍ ଘୋଷଣା କରିଛନ୍ତି ! ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଭାବେ ଶ୍ରୀଯୁକ୍ତ ଦାସରଥି ଗମାଙ୍ଗ ଙ୍କୁ ଦାୟିତ୍ୱ ଦେଇଛନ୍ତି ! ଦାଶରଥି ଗମାଙ୍ଗ ତୃଣମୂଳ ସ୍ତରରୁ ସଂଗଠନ କରି ସରପଞ୍ଚ, ସମିତି ମେମ୍ବର,ଆର ଉଦୟଗିରି ଚେୟାରମ୍ୟାନ , ଦୁଇ ଦୁଈ ଥର ବିଧାୟକ ମୋହନା ଏବଂ ତୃତୀୟ ଥର ହେଉଛନ୍ତି ଦାସରଥି ଗମାଙ୍ଗ ଜିଲ୍ଲା କଂଗ୍ରେସ ସଭାପତି। ଏହି ପାଳିରେ ପୁଣି ଶ୍ରୀ ଗମାଙ୍ଗ ଙ୍କୁ ଘୋଷଣା କରିଥିବା ଯୋଗୁ ଗଜପତି ଜିଲ୍ଲା କଂଗ୍ରେସ ରେ ଚଳଚଞ୍ଚଳ ସୃଷ୍ଟି କରିଛି ଗଜପତି ଜିଲ୍ଲା କଂଗ୍ରେସ ର ବସିଂଧାରା ସାମନ୍ତ ସିଂହାର,ବାଳକୃଷ୍ଣ ମଲିକ,ଜାଖବ ମାଝୀ,ଲକ୍ଷଣ ବଳିଆର ସିଂହ, ବସନ୍ତ କୁମାର ପଣ୍ଡା,ସୂର୍ଯ୍ୟ ନାରାୟଣ ପାତ୍ର, ଶଗ୍ରାମ ସାହୁ, ରାଜା ପାତ୍ର,ଲବ ସାହୁ, ବିଷ୍ଣୁ ପାଢି, ରାମ ପ୍ରସାଦ ପଟ୍ଟନାୟକ, ସୁବାସ ପାତ୍ର, ମୁନା ମହାରଣା, ନିରାକାର ପାଣିଗ୍ରାହୀ, ରାମ ସ୍ବାମୀ, ନେତା କର୍ମୀମାନେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଜଣାଉଛି ଶ୍ରୀ ଗମାଙ୍ଗ ଙ୍କୁ ଏବଂ ଜିଲ୍ଲା ର ଦୁଇ ନିର୍ବାଚନ ମଣ୍ଡଳୀ ତଥା ପାରଳାଖେମୁଣ୍ଡି ଓ ମୋହନା କୁ ବର୍ତ୍ତମାନ କିଭଳି ଗୁରୁତ୍ଵ ଦେବେ ଦେଖିବାକୁ ରହିଲା ବୋଲି କିଛି କଂଗ୍ରେସ ସୁଚିନ୍ତିକ ମାନେ ମତପ୍ରକାଶ କରିଛନ୍ତି।

 

Leave a Reply

Your email address will not be published. Required fields are marked *