ଜେଲରୁ ଦୁଇ ଦୁର୍ଦାନ୍ତ ଡକାୟତ ଏବଂ ମର୍ଡର ଆସାମୀ ହେଲେ ଫେରାର !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ପଦାରେ ପଡିଲା ଚୌଦ୍ୱାର ଜେଲ ର ସୁରକ୍ଷା ବ୍ୟବସ୍ଥା ! ଜେଲରୁ ଦୁଇ ଦୁର୍ଦାନ୍ତ ଡକାୟତ ଏବଂ ମର୍ଡର ଆସାମୀ ହେଲେ ଫେରାର । ଅଭିଯୁକ୍ତ ଦ୍ଵୟ ହେଲେ ମଧୁ କାନ୍ତ ଓ ରାଜା ସାହାଣୀ । ଦୁଇଜଣ ଅଭିଯୁକ୍ତ ପାଣି କୋଇଲି ପଣ୍ଡା ଅଳଙ୍କାର ଲୁଟ ଘଟଣାରେ ଧରାପଡ଼ି ଚୌଦ୍ଵାର ଜେଲରେ ଥିଲେ ! ଘଟଣାକୁ ନେଇ ଚୌଦ୍ଵାର ଜେଲରେ କଟକ ଡିସିପି, ଜେଲ ଡିଜି ,ଚୌଦ୍ଵାର ଥାନା ଆଇଆଇସି , ଜେଲର , ଜେଲ ସୁପରିଟେଣ୍ଡେଣ୍ଟ ,ସନ୍ଧନୀ କୁକୁର ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି । ସେମାନେ ଦୁଇଟି ଅଲଗା ସେଲ ରେ ଥିବା ବେଳେ , ସେଲ ର ଲୁହା ଗେଟ୍ କାଟି ଶୋଇବା କମ୍ବଳ ରେ ଦଉଡ଼ି ପରି କରି ବିଶାଳ ପାଚେରୀ କୁ ଡେଇଁ ଫେରାର ହୋଇ ଯାଇଛନ୍ତି । ତେବେ ଏତେ ବଡ ଘଟଣା ଘଟିଗଲା କେହି ଜାଣି ପାରିଲେ ନାହିଁ ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ! ପ୍ରାଥମିକ ତଦନ୍ତ ପରେ ଜଣେ ୱାର୍ଡର ଓ ଅନ୍ୟ ଜଣେ ଚିଫ ୱାର୍ଡର କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ! ଚୌଦ୍ୱାର ଜେଲ ର ସୁରକ୍ଷା ବ୍ୟବସ୍ଥା କୁ ନେଇ ଏବେ ଉଠିଛି ପ୍ରଶ୍ନ l

Leave a Reply

Your email address will not be published. Required fields are marked *