ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ପଞ୍ଚ ସନ୍ଧ୍ୟା ଫୁଲଘର ପ୍ରରିଯୋଗିତାରେ ମୋଟ ଭାଗନେଲେ ୧୫୮୦୪ ଜଣ ପ୍ରତିଯୋଗୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବାଲପୁର ସ୍ଥିତ ଅନ୍ତର୍ଜାତୀୟ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ କୁମାର ପୂର୍ଣ୍ଣିମା ଉପଲକ୍ଷେ ଗ୍ରାମାଞ୍ଚଳ ତଥା ପ୍ରବାସୀ ଦେଶ ମାନଙ୍କରୁ ଅନଲାଇନ ମାଧ୍ୟମରେ କରାଯାଉଥିବା ପଞ୍ଚ ସନ୍ଧ୍ୟା ଫୁଲ ଘର ପ୍ରତିଯୋଗିତାର ପ୍ରଥମ ଦିବସରେ ବିଭିନ୍ନ ଅଞ୍ଚଳରୁ ୧୭୫୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଦ୍ଵିତୀୟ ଦିବସରେ ୨୩୬୨, ତୃତୀୟ ଦିବସରେ ୨୨୫୬,ଚତୁର୍ଥ ଦିବସରେ ୩୬୯୭ ଓ ଅନ୍ତିମ ଦିବସରେ ୫୭୩୩ ଜଣ ମୋଟ ୧୫୮୦୪ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବାର ଦେଖିବାକୁ ମିଳିଛି। ଏତଦଭିନ୍ନ ପବିତ୍ର ଦୀପାବଳି ଉପଲକ୍ଷେ ରଙ୍ଗୋଲି, ପଞ୍ଚକ ମୁରୁଜ ଓ ପାଞ୍ଚପାଳି ଗୁରୁବାର ସେର ଝୋଟି ପ୍ରତିଯୋଗିତା ମହିଳା ମାନଙ୍କୁ ନେଇ କରାଯିବ। ଏଥିରେ ଅଂଶ ଗ୍ରହଣ କରିବାକୁ ଚାହୁଁଥିବା ମହିଳା ପ୍ରତିଯୋଗୀ ମାନେ ସେମାନେ ନିଜ ନିଜର କଳାକୃତିର ଫୋଟୋ ଓ ଭିଡିଓ ଫାଉଣ୍ଡେସନର ହ୍ଵାଟ୍ସଆପ ସଂଖ୍ୟା ୯୯୩୮୮୧୦୫୩୯ କିମ୍ବା ୮୩୨୮୮୧୦୫୩୯ ମାଧ୍ୟମରେ ପଠାଇ ପାରିବେ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଡଃ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି। ଏଥିରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଶ୍ରେଷ୍ଠ ଦଶ ଜଣଙ୍କୁ ସମ୍ମାନିତ କରାଯିବା ସହ ଯୋଗ୍ୟ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *