ସରକାର ଆସୁଛି , ଯାଉଛି : ଛାତ ଆଶାରେ ବିତିଲାଣି ୬୩ ବର୍ଷ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ୨୪ ବର୍ଷର ବିଜେଡି ଶାସନ .. ବିଜେପି ଶାସନକୁ ବି ପାଖାପାଖି ଦେଢ଼ ବର୍ଷ .. ସ୍ଥାନୀୟ କର୍ପୋରେଟରଙ୍କ ଠାରୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀ ଓ ରାଜ୍ୟ ସରକାର ସମସ୍ତେ ଏ ବିଷୟରେ ଅବଗତ .. ହେଲେ ଆଜି ବି ନିଜସ୍ୱ ଜମି ଉପରେ ନିଜର ତଥା ପରିବାରର ମୁଣ୍ଡ ଗୁଞ୍ଜିବାକୁ ଅପେକ୍ଷା କରିଛନ୍ତି ୪୦ରୁ ଉର୍ଦ୍ଧ ତେଲୁଗୁ ପରିବାର.. ଆମେ କହୁଛୁ କଟକ ବକ୍ସିବଜାର ପଟ୍ଟାପୋଲ ମୋଚି ସାହି କଥା । ଯେଉଁଠି ପ୍ରାୟ ୪୦ ପରିବାର ପଶୁଙ୍କ ଠାରୁ ବି ହୀନ ବାତାବରଣ ଭିତରେ ଜୀବନ କାଟୁଛନ୍ତି । ନିର୍ବାଚନ ଆସିଲେ ଏହି ସ୍ଥାନକୁ ଭୋଟ ପାଇଁ ନେତାଙ୍କ ସୁଅ ଛୁଟେ , ହେଲେ ନିର୍ବାଚନ ପରେ ନା କାହାର ପାଦ ପଡେ ନା ଏମାନଙ୍କ ଅବସ୍ଥା ପ୍ରତି ନେତାଙ୍କ ଦରଦ ଦେଖିବାକୁ ମିଳେ । ବସ୍ତିବାସିନ୍ଦାଙ୍କ ଉନ୍ନତି ପ୍ରଚାରରେ ନମ୍ବର 1 ଥିଲା ଗତ ବିଜେଡି ସରକାର , ବସ୍ତିବାସିନ୍ଦାଙ୍କ ପାଇଁ ପ୍ରସ୍ତୁତ କରିଥିଲା ବିଶ୍ୱର ସର୍ବବୃହତ ଯୋଜନା – ଜାଗା ମିଶନ । ଯେଉଁଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଥିଲା ଅପର୍ଯ୍ୟାପ୍ତ ଅର୍ଥ । ହେଲେ ବସ୍ତିବାସିନ୍ଦାଙ୍କ ପାଇଁ ଗତ ବିଜେଡି ସରକାରଙ୍କ ଦ୍ଵାରା ପ୍ରସ୍ତୁତ ବିଶ୍ୱର ଏହି ସର୍ଵବୃହତ ଯୋଜନାର ଅତି ବିକଳ ଚିତ୍ର ଦେଖିବାକୁ ମିଳିଛି କଟକ ପଟ୍ଟାପୋଲ ଅଞ୍ଚଳରେ .. ସିଏମସିରେ ବିଜେଡି ମେଜୋରିଟି, ମେୟର ବି ବିଜେଡି,  ସ୍ଥାନୀୟ କର୍ପୋରେଟର ମଧ୍ୟ ବିଜେଡି । ଏହାଠାରୁ ବଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଏହି ଅଞ୍ଚଳରେ ଗୋଟିଏ ପରିବାରରୁ ଭିନ୍ନ ଭିନ୍ନ ସଦସ୍ୟ 4ଟି ଟର୍ମ କର୍ପୋରେଟର ରହିଛନ୍ତି । ହେଲେ ଲୋକଙ୍କ ଅବସ୍ଥା ପ୍ରତି କର୍ପୋରେଟରଙ୍କ ଆଖିରେ ଅନ୍ଧପୁଟୁଳି । ୧୯୫୯ ମସିହାରେ ତତ୍କାଳୀନ ଭାରତ ସେବକ ସମାଜ କୋ – ଅପରେଟିଭ ସଂସ୍ଥା ପକ୍ଷରୁ ନିର୍ମାଣ ହୋଇଥିଲା ଏହି ଘର । ସେବେଠାରୁ ଆଜି ଯାଏ କୌଣସି ରକ୍ଷଣାବେକ୍ଷଣ ନାହିଁ। ପ୍ରଥମେ କଂଗ୍ରେସ ତାପରେ ବିଜେଡିର ୨୪ବର୍ଷ ହେଲେ ଆମ ସମସ୍ୟା ପ୍ରତି କାହାରି ଦୟା ନାହିଁ। କର୍ପୋରେଟରଙ୍କ ଠାରୁ ଆରମ୍ଭ କରି ବିଧାୟକ.. ବିଜେଡି ବା କଂଗ୍ରେସ ନେତା ନିର୍ବାଚନ ବେଳେ ଆସନ୍ତି , କିନ୍ତୁ ଭୋଟ ପରେ ଦେଖା ମିଳେନି। ଏଠି ସମସ୍ୟା କହିଲେ ନ ସରେ । ଥରେ ଦୁଇଥର ନୁହେଁ ଗୋଟିଏ ପରିବାରରୁ ଏକାଧିକ ସଦସ୍ୟ ଲଗାତାର 4ଟି ଟର୍ମ କର୍ପୋରେଟର ପୋଷ୍ଟରେ । ଏହା ବ୍ୟତୀତ ୨୪ବର୍ଷର ବିଜେଡି ଶାସନରେ ବିଜେଡି ପକ୍ଷରୁ ପ୍ରସ୍ତୁତ ବିଶ୍ୱର ସର୍ବ ବୃହତ ଯୋଜନାରେ ବସ୍ତିବାସିନ୍ଦାଙ୍କ ବିକାଶର ନଗ୍ନ ଚିତ୍ର। ଏବେ ସ୍ଥାନୀୟ ଲୋକଙ୍କ ଆଶା ଡବଲ ଇଞ୍ଜିନ ସରକାରଙ୍କ ଉପରେ ।

Leave a Reply

Your email address will not be published. Required fields are marked *