ଦୁଲଣାପୁର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉଦଯାପିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବିଦ୍ୟାଳୟରେ କେବଳ ପାଠ ପଢିଲେ ହେବ ନାହିଁ | ବିଦ୍ୟାଳୟ ସ୍ତରରୁ ପିଲା ମାନଙ୍କ ଭିତରେ ଥିବା ସୃଜନୀଶୀଳ ପ୍ରତିଭାକୁ ଲୋକଲୋଚନରେ ପରି ପ୍ରକାଶ କରିବାର ମାଧ୍ୟମ ହେଉଛି ସୁରଭି କାର୍ଯ୍ୟକ୍ରମ | ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ତରଫରୁ ସାରା ଓଡିଶାରେ ଏହି ସୁରଭି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି |ସେହି କ୍ରମରେ ବାଙ୍କୀ ଡମପଡା ବ୍ଲକର ବିଦ୍ୟାଧରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୁଲଣାପୁର କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇ ଯାଇଛି | ପ୍ରାୟ ଏଗାରୋଟି ବିଦ୍ୟାଳୟର ଶହେରୁ ଅଧିକ ଛାତ୍ର ଛାତ୍ରୀ ନୃତ୍ୟ, ସଂଗୀତ, କୁଇଜ, ସୁନ୍ଦର ହସ୍ତାକ୍ଷର, ଏକକ ଅଭିନୟରେ ଭାଗନେଇ ନିଜର ପ୍ରତିଭାକୁ ଦେଖେଇଥିଲେ | ଉକ୍ତ ସୁରଭି କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣରେ ଉଦଘାଟନ ଭାବେ ତାଳବସ୍ତ ଡାକ୍ତରଖାନାର ଡାକ୍ତର ଶ୍ରୀମତୀ ସୁମିତ୍ରା ସାହୁ,, ନାଏବ ସରପଞ୍ଚ ଗଦାଧର ବସ୍ତି, ଦୁଲଣାପୁର ସରପଞ୍ଚ ଶ୍ରୀମତୀ ସବିତା ସାହୁ, ଅବସରପ୍ରାପ୍ତ ସେନା ଅଧିକାରୀ ବିଜୟ କୁମାର ଦାସ, ବିଦ୍ୟାଧର ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସନ ସାହୁ, ଦୁଲଣାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲୀପ କୁମାର ମହାପାତ୍ର , ଅଞ୍ଚଳ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସ୍ୱାଇଁ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଏବଂ ଅଭିଭାବକ ମାନଙ୍କୁ ପାଠ ସହିତ ନୈତିକ ଏବଂ ଆଧ୍ୟାତ୍ମିକ ଶିକ୍ଷା ପ୍ରତି ଦୁଷ୍ଟି ଦେବାକୁ କହିଥିଲେ | ସୁରଭିର ସାନ୍ଧ୍ୟ ଉଦଯାପନ ଉତ୍ସବରେ ତାଳବସ୍ତ ଚିକିତ୍ସାଳୟର ଫାର୍ମାସିଷ୍ଟ ଛବିନ୍ଦ୍ର ବେହେରା, ସାମାଜିକ କର୍ମୀ ତଥା ଯୁବ ସାମ୍ବାଦିକ ସୁବ୍ରତ କୁମାର ନାୟକ, ଦୁଲଣାପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ବେଉର, କୁସୁନ୍ଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ସାହୁ, ଅତିଥି ଭାବେ ଯୋଗଦେଇ ବିଜେତା ଛାତ୍ର ଛାତ୍ରୀଙ୍କୁ ଯୋଗ୍ୟ ପ୍ରଶଂସାପତ୍ର ଦେଇ ପୁରସ୍କୃତ କରିଥିଲେ| ଉଭୟ ଅଧିବେଶନରେ ସହକାରୀ ଶିକ୍ଷକ ଡଗନ ବେହେରା ମଞ୍ଚ ପରିଚାଳନା କରିଥିଲେ | ଗୋଟେ ଦିବସବ୍ୟାପି ସୁରଭି କାର୍ଯ୍ୟକ୍ରମଟି ଶାନ୍ତି ଶୃଙ୍ଖଳାର ସହ ସମାପିତ ହୋଇଥିବାରୁ ତାଳବସ୍ତ ଅଂଚଳର ବୁଦ୍ଧିଜୀବୀ, ଶିକ୍ଷ୍ୟବିତ ମାନେ ପ୍ରଂଶସା କରିଛନ୍ତି |

Leave a Reply

Your email address will not be published. Required fields are marked *