ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ରେ ବିଶ୍ୱ ମାନସିକ ସଚେତନତା ଦିବସ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ରେ ବିଶ୍ୱ ମାନସିକ ସଚେତନତା ଦିବସ ପାଳିତ ! ବରଗଡ ଜିଲ୍ଲା ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ବିଶ୍ୱ ମାନଶିକ ସଚେତନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଏ ଡି ଜେ ତଥା ତାଲୁକ ଆଇନ ସେବା କମିଟି ଚେୟାରମେନ ସୂର୍ଯ୍ୟ ନାରାୟଣ ଦ୍ବିବେଦୀ, ସମ୍ମାନିତ ଅତିଥି ଭାବରେ ପଦ୍ମପୁର ଏସ ଡି ଜେ ଏମ ଧ୍ରୁବ ସୋଲାଙ୍କି, ମହାବିଦ୍ୟାଳୟ ର ପ୍ରିନସିପାଲ ଦାୟିତ୍ୱରେ ରେ ଥିବା ପ୍ରଫେସର ନାଇଡୁ ଜଗନ୍ନାଥ, ପରିଚାଳନା କମିଟି ସମ୍ପାଦକ ମନୋଜ ତ୍ରିବେଦୀ ଯୋଗଦେଇ ନିଜ ନିଜର ବହୁମୂଲ୍ୟ ଶିକ୍ଷଣୀୟ ଅଭିଭାଷଣ ପ୍ରଦାନ କରିଥିଲେ । ବର୍ତମାନ ଏହି ବିଜ୍ଞାନ ଯୁଗରେ ସମସ୍ତ ଛାତ୍ର ଛାତ୍ରୀ , ଯୁବକ ଯୁବତୀ, ସମସ୍ତ ଚାକିରୀ କରୁଥିବା ପୁରୁଷ ମହିଳା ମାନେ ଦିନରାତି ବ୍ୟସ୍ତତା ମଧ୍ୟ୍ୟରେ ରହି , ଶରୀରକୁ ଅତିଶୟ ଚାପଗ୍ରସ୍ତ ନକରି ଟ୍ରେସ ରୁ ବାହାରି ଶରୀର ଓ ମନକୁ ମଝିରେ ମଝିରେ ବ୍ରେକ ଦେଇ କାମ କଲେ ସୁସ୍ଥ ଜୀବନ ଜିଇ ପାରିବେ ବୋଲି ଅତିଥି ମାନେ ଦିଗଦର୍ଶନ ଦେଇଥିଲେ । ଶେଷରେ ଡାକ୍ତର ନିହାର ରଞ୍ଜନ ମହନ୍ତ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *