ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଦୁଲଣାପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଅରପୁର ପ୍ରାଥମିକ ବିଦ୍ୟାଳୟରେ ଚଳିତ ନୂତନ ଶିକ୍ଷା ବର୍ଷ ପାଇଁ ପିଲାମାନଙ୍କୁ ଦୁଇହଳ ପୋଷାକ ଏବଂ ଜୋତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ବିଦ୍ୟାଳୟର ସହକାରୀ ଶିକ୍ଷକ ମାନସ ମଲ୍ଲିକଙ୍କ ସଂଯୋଜନାରେ ଆସିଥିବା ସମସ୍ତ ଅଭିଭାବକ ଏବଂ ପରିଚାଳନା କମିଟିର ସଭ୍ୟମାନଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା | ପିଲାମାନଙ୍କୁ ନୈତିକ ଏବଂ ଆଧ୍ୟାତ୍ମିକ ଶିକ୍ଷା ଦେବାରେ ବାପା ମା ମାନଙ୍କର ପ୍ରମୁଖ ଭୂମିକା ରହିବା ଦରକାର ବୋଲି ଅତିଥି ମାନେ କହିଥିଲେ | ପୋଷାକ ବଣ୍ଟନ କାର୍ଯ୍ୟକ୍ରମର ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପୀତବାସ ନାୟକ, ପ୍ରଧାନ ଶିକ୍ଷୟତ୍ରୀ ପୁର୍ଣିମା ମଲ୍ଲିକ, ଶିକ୍ଷକ ପ୍ରଭାତ କୁମାର ନାୟକ, ଉପ ସଭାପତି ସୁକାନ୍ତି ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ | ଶିଶୁ ବାଟିକାକୁ ଛାଡି ସମୁଦାୟ ଚଉରାଲିଶି ପିଲାଙ୍କୁ ନୂଆ ପୋଷାକ ଦିଆଯାଇଛି | ସରକାରଙ୍କର ଶିକ୍ଷା ବିଭାଗର ଏହି ମାଗଣା ପୋଷାକ ବଣ୍ଟନକୁ ଅଭିଭାବକ ମାନେ ସାଧୁବାଦ ଜଣାଉଛନ୍ତି | ପୋଷାକ ଦେବା ଦାୟିତ୍ୱ ନେଇଥିବା ତାଳବସ୍ତ ପଂଚାୟତର ବିଦ୍ୟାଧରପୁର ଗ୍ରାମର ଅଗ୍ରଣୀ ସ୍ୱୟଂ ସ୍ୱହାୟିକ ସଙ୍ଘର ସଭାପତି ରିତାରାଣୀ ବେହେରା ଏବଂ ସମ୍ପାଦିକା ଜୟନ୍ତୀ ସାହୁ ଉପସ୍ଥିତ ରହିଥିଲେ | ସ୍କୁଲ ପରିଚାଳନା କମିଟିର ସଭ୍ୟ ହିରଣ୍ୟ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ |
ଅରପୁର ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ପୋଷାକ ବିତରଣ !!!

