ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖରଡ଼ି ପଞ୍ଚାୟତ ଅଧିନସ୍ଥ ଦଲକି ପ୍ରାଥମିକ ବିଦ୍ୟାଳୟର ନୂତନ ଶ୍ରେଣୀଗୃହ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ କାମକୁ ଗ୍ରାମବାସୀ କାମ ବନ୍ଦ କରି ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଯାଜପୁର ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରୁ ଓ ବ୍ଲକ ତତ୍ତ୍ଵାବଧାନରେ ୪୭ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମାଣ ଚାଲିଥିବା ସ୍କୁଲ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ସାଧାରଣ ଲୋକେ ଜାଣିବା ପରେ କାମ କରୁଥିବା କନିଷ୍ଠ ଯନ୍ତ୍ରୀ ଜ୍ଞାନ ରଞ୍ଜନ ବେହେରାଙ୍କୁ ଜଣାଇଥିଲେ । କନିଷ୍ଠ ଯନ୍ତ୍ରୀ କୌଣସି ପଦକ୍ଷେପ ନନେବାରୁ ଗ୍ରାମବାସୀ କାର୍ଯ୍ୟ ବନ୍ଦ କରି ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । କନିଷ୍ଠ ଯନ୍ତ୍ରୀ ଏହି କାର୍ଯ୍ୟକୁ ଜଣେ ଠିକାଦାରଙ୍କୁ ଟେକି ଦେଇ ଠିକାଦାର ସହ ନିଜ ଭାଗ ପାଇ ଚୁପ୍ ବସିଥିବା ଅଭିଯୋଗ ହୋଇଛି । କନିଷ୍ଠ ଯନ୍ତ୍ରୀ ମନ ଇଚ୍ଛା ନିମ୍ନ ମାନର କାର୍ଯ୍ୟ କରିବା ସହିତ ନିମ୍ନ ମାନର ସିମେଣ୍ଟ , ରଡ ବ୍ୟବହାର କରୁଥିବା ଗ୍ରାମବାସି ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହିତ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି । ଏହି ନିର୍ମାଣାଧୀନ ଘରେ ପାଠ ପଢିବା କୋମଳମତି ଶିଶୁ ମାନଙ୍କ ଜୀବନ ପ୍ରତି ବିପଦ ଥିବା କୁହାଯାଉଛି । ଗ୍ରାମବାସୀଙ୍କ ଅଭିଯୋଗ ପରେ ବିଡିଓ ସଂପୃକ୍ତ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାଜପୁର ଜିଲ୍ଲାପାଳ ତଥା ଜିଲ୍ଲା ଖଣିଜ ପାଣ୍ଠି ପରିଚାଳକ କୋମଳମତି ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ଘଟଣାର ବିହୀତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।
ବିଦ୍ୟାଳୟ କାର୍ଯ୍ୟ ନିମ୍ନ ମାନର : କାମ ବନ୍ଦ କରି ଅଭିଯୋଗ କଲେ ଗ୍ରାମବାସୀ !!!

