ଅନନ୍ୟ ସେବା କାର୍ଯ୍ୟ କରି ରାଜ୍ୟରେ ମହକିଲେ ଚାରି ଭେଷଜ ବିଜ୍ଞାନୀ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଅନନ୍ୟ ସେବା କାର୍ଯ୍ୟ କରି ରାଜ୍ୟରେ ମହକିଲେ ଚାରି ଭେଷଜ ବିଜ୍ଞାନୀ ! ଡାକ୍ତର ରାକେଶ କୁମାର ସାହୁ, ଡାକ୍ତର ଆଶିଷ ସେଠୀ, ଡାକ୍ତର ଆକାଶ ସ୍ୱାଇଁ ଓ ଡାକ୍ତର କାଜଲ ସିଂହ । ସମାଜସେବା କଥା ଆସିଲେ ଆମର ପୂଜ୍ୟାପଦ ଗୋପବନ୍ଧୁଙ୍କ କଥା ସ୍ମରଣ ହୁଏ । କଥାରେ ଅଛି ରୋଗ ନିବାରଣ ଅପେକ୍ଷା ରୋଗ ନିରାକରଣ ସର୍ବାଦୌ ସ୍ପୃହନୀୟ । ଖୋର୍ଦ୍ଧ ଜିଲ୍ଲା କଳୟନପୁର ପଂଚାୟତସ୍ଥ ଗଣ୍ଡରପୁର ଗ୍ରାମରେ ସେବା ମନୋଭାବ ନେଇ ଥେରାପିଷ୍ଟ ବର୍ଗ ପାଠ ପଢା ପରେ ଲୋକଙ୍କ ସେବାରେ ବ୍ରତୀ ହୋଇ ଯୁବ ପିଢ଼ି ପାଇଁ ଉଦାହରଣ ପାଲଟିଛନ୍ତି । ସିନାପ୍ସି ମଲ୍ଟିଡିସିପ୍ଲିନାରୀ ରିହାବ ସେଣ୍ଟର୍ ପଟିଆ ଭୁବନେଶ୍ବର ଭେଷଜ ବିଜ୍ଞାନୀ ହେଲେ ଡାକ୍ତର ରାକେଶ କୁମାର ସାହୁ, ଡାକ୍ତର ଆଶିଷ ସେଠୀ, ଡାକ୍ତର ଆକାଶ ସ୍ୱାଇଁ ଓ ଡାକ୍ତର କାଜଲ ସିଂହ ପ୍ରମୁଖ । ଗ୍ରାମରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଏବଂ ସଚେତନତା ଶିବିର ଆୟୋଜନ କରି ଫିଜିଓଥେରାପି, ହିୟରିଂ ଏଡ୍ ସେବା ଏବଂ ଟ୍ରାୟାଲ୍, ଶ୍ରବଣ ଯାଞ୍ଚ ଏବଂ ଅଟିଜମ୍ ସଚେତନତା ପ୍ରଦାନ କରାଯାଇଥିଲା । ବୃଦ୍ଧବୃଦ୍ଧା ମାନେ ଆଣ୍ଠୁଗଣ୍ଠି, ଅଣ୍ଟା ଓ ଗଳା ରୋଗ ଉପରେ ଚିକିତ୍ସା ପ୍ରଦାନ, ଶିଶୁମାନଙ୍କ ସ୍ପିଚ ଏବଂ ଭାଷା ବିକାଶ ସମ୍ବନ୍ଧୀୟ ମୂଲ୍ୟାୟନ ପାଇଥିଲେ ଏବଂ ଅଟିଜମ୍ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଅଭିଭାବକ ମାନେ ନୂଆ ଦିଗଦର୍ଶନ ପାଇଥିଲେ ।

 

Leave a Reply

Your email address will not be published. Required fields are marked *