ବରଗଡ଼ ମହିଳା ସମିତିର ପାର୍ବତୀ ଗିରିଙ୍କ ସେବା ଓ ସମର୍ପଣର ପ୍ରତୀକ ମାତୃନିକେତନ ପରିଦର୍ଶନ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ସେବା ଓ ସମର୍ପଣର ପ୍ରତୀକ ପାର୍ବତୀ ଗିରିଙ୍କ ଦ୍ବାରା ପ୍ରତିଷ୍ଠିତ କସ୍ତୁରବା ଗାନ୍ଧୀ ମାତୃନିକେତନକୁ ସୋମବାର ଦିନ ବରଗଡ଼ ମହିଳା ସମିତିର ଏକ ୩୫ ଜଣିଆ ଦଳ ପରିଦର୍ଶନରେ ଆସିଥିଲେ। ସେମାନେ ଅନ୍ତେବାସୀ ମାନଙ୍କ ସହ ଦୀର୍ଘ ସମୟ ବିତାଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ତେବାସୀ ପୁଅ ଝିଅ ମାନଙ୍କୁ ଖାତାପତ୍ର, ଡ଼ଟପେନ୍, ପେନ୍ସିଲ ଓ କଟର, ରବର, ସ୍କେଲ, କମ୍ପାସ ବକ୍ସ ସାଙ୍ଗକୁ ବିଭିନ୍ନ ଫଳ, ବିସ୍କୁଟ, ଚିପସ, ବ୍ୟାଗ୍ ଆଦି ଉପହାର ଦେଇଥିଲେ। ପାର୍ବତୀ ଗିରିଙ୍କ ସହଯୋଗୀ ନିରୁପମା ମହାପାତ୍ର (ନିରୁ ଅପା)ଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝି ଆରୋଗ୍ୟ କାମନା କରିଥିଲେ। ଏହାପରେ ପ୍ରତିନିଧି ଦଳ ନୃସିଂହନାଥ ମନ୍ଦିର ପରିଦର୍ଶନ କରି ପ୍ରସାଦ ପାଇଥିଲେ। ମାତୃନିକେତନ ଓ ମନ୍ଦିର ସମ୍ପର୍କରେ ଖୁବ୍ ଶୀଘ୍ର ଜିଲ୍ଲା ପ୍ରଶାସନ ସହ ମହିଳା ସମିତି ଆଲୋଚନା କରିବ ବୋଲି ସମିତିର ସଭାନେତ୍ରୀ ଅଞ୍ଜନା ଦାସ, ସମ୍ପାଦିକା ସୁଧାଂଶୁବାଲା ଦାଶ ଓ ମମତା ମିଶ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *