ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଷୀ ସଂପ୍ରଦାୟକୁ ସଶକ୍ତ କରିବା ଏବଂ କୃଷି ନବ ସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଚତୁର୍ଥଉତ୍କଳ କୃଷିମେଳା ୨୦୨୬ ଉଦଘାଟିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍କଳ କୃଷି ମେଳାର ଚତୁର୍ଥ ସଂସ୍କରଣ ଉଦଘାଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମାନ୍ୟବର ମତ୍ସ୍ୟ ଓ ପଶୁସମ୍ପଦ୍ ବିକାଶ ଏବଂ ଏମ୍ ଏସ୍ଏମ୍ ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପାରଳା ବିଧାୟକ ଇଂ ରୂପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, ବିଶ୍ୱ ବିଦ୍ୟାଳୟର ଭାଇସ ଚାନ୍ସଲର ପ୍ରଫେସର ଡକ୍ଟର ଅଜୟ କୁମାର ନାୟକ,ବିଶ୍ୱ ବିଦ୍ୟାଳୟର ଉପ ସଭାପତି ପ୍ରଫେସର ଡି ଏନ୍ ରାଓ, କୁଳପତି ପ୍ରଫେସର ଡକ୍ଟର ସୁପ୍ରିୟା ପଟ୍ଟନାୟକ ଏବଂ କୁଳସଚିବ ପ୍ରଫେସର ଡକ୍ଟର ଅନିତା ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ। ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା। ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଥିଲା।ବିଶ୍ୱବିଦ୍ୟାଳୟର ପ୍ରଫେସର (ଡ.) ଅଜୟ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ଓଡ଼ିଶାର ତୃଣମୂଳ ସ୍ତରରେ କୃଷି ବିକାଶ ଏବଂ କୃଷକ ମାନଙ୍କ ଉନ୍ନତି ଉପରେ କେନ୍ଦ୍ରିତ ଥିଲା।ଦକ୍ଷତା ଆଧାରିତ କୃଷି ଶିକ୍ଷା କୁ ପ୍ରୋତ୍ସ।ହିତ କରିବା ଏବଂ କୃଷି,ମତ୍ସ୍ୟ,ପଶୁପାଳନ କ୍ଷେତ୍ରର ଚାଷୀମାନଙ୍କ ନିକଟରେ ବିଭିନ୍ନ କୃଷି ପ୍ରଯୁକ୍ତି ବିଦ୍ୟା ପହଞ୍ଚାଇବାରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଭୂମିକାକୁ ମାନ୍ୟବର ମନ୍ତ୍ରୀ ଭୁୟସ ପ୍ରଶଂସା କରିଥିଲେ। ତତ୍ ସହିତ କୃଷି ମେଳାରେ ଉପସ୍ଥିତ ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ଲାଭାନୀତ୍ୱ ହେବା ପାଇଁ ପ୍ରେରିତ କରିଥିଲେ। ପ୍ରଗତିଶୀଳ ଚାଷୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଷ୍ଠିତ ପ୍ରତିଷ୍ଠାନ, ଏନ ଜୀ ଓ, ଏଫ ପି ଓ, ଛାତ୍ର ଛାତ୍ରୀ ଏବଂ ବିଭିନ୍ନ ସରକାରୀ ବିଭାଗର ଗବେଷକ ଏବଂ ବୈଜ୍ଞାନିକ ମାନେ ଉପସ୍ଥିତ ଥିଲେ କୃଷି ଏବଂ ଆନୁଷ୍ଠାନିକ ଉତ୍ସ।ହ ପ୍ରଦର୍ଶନ ପାଇଁ 70 ଟି ଷ୍ଟଲ ପଦର୍ଶିତ ହୋଇଥିଲା। ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟର କୁଳସଚିବ ଡକ୍ଟର ଅନିତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *