ନିଆଁ ଲାଗି ଜଳିଗଲା ସର୍ବସ୍ୱ : ପହଞ୍ଚି ପାରିନାହିଁ ଜରୁରୀକାଳୀନ ସହାୟତା !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବୀନ ବିଶ୍ୱାସ : ନିଆଁ ଲାଗି ଜଳିଗଲା ସର୍ବସ୍ୱ , ପହଞ୍ଚି ପାରି ନାହିଁ ଜରୁରୀ କାଳୀନ ସହାୟତା ! ଆକୁଳ ନିବେଦନ କରିଛନ୍ତି ପରିବାର ଓ ସ୍ଥାନୀୟ ବୁଦ୍ଧିଜୀବୀ ! ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାରାଦୀପ ର ବୃନ୍ଦାବନ କଲୋନୀ ଅଞ୍ଚଳ ରେ ! ନିଆଁ ଲାଗି ଜଳି ଯାଇଛି ଚାରି ବଖରା ଘର ସହ ସମ୍ପୁଣ୍ଣ ଆସବାପତ୍ର , ସମସ୍ତ ଦରକାରି କାଗଜ ପତ୍ର ଓ ଏକ ମୋଟର ସାଇକେଲ ! ଘଟଣା ସ୍ଥଳ ରେ ଅଗ୍ନିଶମ ବିଭାଗ ସହ ପାରାଦୀପ ପୋର୍ଟ ପ୍ରାଧିକରଣ ଓ ଇଫକୋ ର ତିନି ଅଗ୍ନି ନିର୍ବାପକ ଗାଡି ସହାୟତା ରେ ନିଆଁ କୁ ଆୟତ କରାଯାଇଥିଲା ! କିନ୍ତୁ ବଞ୍ଚେଇ ପାରିନଥିଲେ କୌଣସି ଆସବାବ ପତ୍ର , ପରିବାର ପକ୍ଷ ରୁ ଜରୁରୀ କାଳୀନ ସହାୟତା ପାଇଁ ପ୍ରଶାସନ କୁ ଅନୁରୋଧ କରିଥିଲେ ! ଅଧିକାରୀ ଙ୍କ କହିବାନୁଯାୟୀ ସଚେତନତା ଅଭାବ ରୁ ଏଭଳି ଘଟଣା ଘଟୁଛି , ନିଆଁ ଲାଗିବାର କାରଣ ଏବେ ଅସ୍ପଷ୍ଟ ରହିଛି l

Leave a Reply

Your email address will not be published. Required fields are marked *