ରାଜ୍ୟ ସରକାରଙ୍କର ବୈମାତୃକ ମନୋଭାବ : ଅଭିଯୋଗ ଉଠାଇଲେ ଠିକାଦାର !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଗୋଟିଏ ସ୍ଥାନରେ ଏକତ୍ରିତ ହେଲେ ଆଉ ଚେତାବନୀ ଦେଲେ .. ଆସନ୍ତା ଫେବୃଆରୀ ୨୦ତାରିଖରେ ଦେଲେ ଭୁବନେଶ୍ୱର ଚାଲର ଡାକରା .. ଦାବି ପୂରଣ ନହେଲେ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ .. ୮ଦଫା ଦାବି ନେଇ ଅଲ ଓଡିଶା ଠିକାଦାର ମିଳିତ ମଞ୍ଚ ଓ ମିଳିତ କଟକ ଜିଲ୍ଲା ଠିକାଦାର ସଂଘର ବୈଠକ ଅନୁଷ୍ଠିତ। ସିଭିଲ , ପିଏଚଡ଼ି ଓ ଇଲେକ୍ଟ୍ରିକାଲ ସ୍ତରର ପ୍ରାୟ ୩ଶହ ରୁଉର୍ଦ୍ଧ ଠିକାଦାରମାନେ ସ୍ଥାନୀୟ ବାଲିଯାତ୍ରା ପଡିଆ ନିକଟରେ ଏକତ୍ରିତ ହୋଇ ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ଉଠାଇଲେ ସ୍ୱର। କହିଲେ ବର୍ତ୍ତମାନ ଯେଉଁ ନିୟମ ହୋଇଛି ତାର ପ୍ରଭାବରେ ସମ୍ପୂର୍ଣ୍ଣ ସମାଜ ପ୍ରଭାବିତ ହେବ। ଲଟେରୀ ସିଷ୍ଟମ ଉଠା ଯିବାରୁ ଠିକାଦାର କାମ ପାଇବା କଷ୍ଟକର ଏବଂ ଯେଉଁ କାମ ହେବ ତାର ମାନ ମଧ୍ୟ ଅତ୍ୟନ୍ତ ନିମ୍ନ ରହିବ। ଶିକ୍ଷାରୁ ଆରମ୍ଭ କରି ଗମନାଗମନ ସବୁଥିରେ ଠିକାଦାରମାନଙ୍କ ଅବଦାନ ରହୁଛି। ଯଦି ଠିକାଦାର ଙ୍କ ପ୍ରତି ସରକାରଙ୍କର ଏଭଳି ମନୋଭାବ ରୁହେ ତେବେ ଏଥିପାଇଁ ସମ୍ପୂର୍ଣ୍ଣ ମାନବସମାଜ କ୍ଷତିଗ୍ରସ୍ତ ହେବ ବୋଲି ସଂଘ କହିବା ସହ ୮ ଦଫା ଦାବି ମାନି ନେବାକୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *