ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୨ କାଂସ୍ୟ ପଦକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ୩ୟ ରାଜ୍ୟସ୍ତରୀୟ ଓପନ ଟାଇକୋଣ୍ଡ ଚମ୍ପିୟନସିପ ୨୦୨୬ ଅନୁଷ୍ଠିତ ହୋଇଯାଇଛି, ଏହି ପ୍ରତିଯୋଗିତାରେ ନୟାଗଡ ମାର୍ଶାଲ ଆର୍ଟ ଏକାଡେମୀ, ନୂଆ ରାଜବାଟି, ନୟାଗଡର ମୋଟ ୭ ଜଣ ଖେଳାଳି , ଟିମ କୋଚ ଶ୍ରୀ ଶିବାନନ୍ଦ ରାୟଗୁରୁ , ଟିମ ମ୍ୟାନେଜର ଶ୍ରୀ ସୌମ୍ୟରଞ୍ଜନ ସାହୁ ଏବଂ ଜାତିୟ ରେଫରୀ ଶ୍ରୀ ଆସିସ ଓମ ପ୍ରକାଶ ଭାଗ ନେଇଥିଲେ ! ସେଥିମଧ୍ୟରୁ କ୍ୟାଡେଟ ବିଭାଗରେ ସାସ୍ବତ ସମ୍ବିତ ପ୍ରଧାନ ସ୍ବର୍ଣ୍ଣପଦକ, ଅଜିତେସ ପ୍ରଧାନ ରୌପ୍ୟପଦକ, ଶ୍ରୀୟାସି ସାହୁ ରୌପ୍ୟପଦକ ଏବଂ ଅଖିଳେଶ ମହାନ୍ତି କାଂସ୍ୟପଦକ ହାସଲ କରିଥିବା ବେଳେ ସବ-ଜୁନିୟର ବିଭାଗରେ ପ୍ରିତମ ପିୟୁସ ମିଶ୍ର ସ୍ବର୍ଣ୍ଣପଦକ, ଏସ ମମରାଜ ସାହିବ ରୌପ୍ୟପଦକ ଏବଂ ଦେବାଶିଷ ପ୍ରଧାନ କାଂସ୍ୟପଦକ ହାସଲକରି ମୋଟ ୭ଟି ପଦକ ହାସଲକରି ନୟାଗଡ ଜିଲ୍ଲାକୁ ଗୌରବାନ୍ବିତ କରିବା ସହିତ ଅଭିଭାବକ ତଥା ଖେଳପ୍ରେମୀ ମଧ୍ଯରେ ଆନନ୍ଦ ଲହଢି ଖେଳିଯାଇଛି, ନୟାଗଡ ଜିଲ୍ଲା ଟାଇକୋଣ୍ଡ ସଂଘର ସାଧାରଣ ସମ୍ପାଦକ ମାଷ୍ଟର ପ୍ରଦୀପ ଜେନା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିବା ନେଇ ନୟାଗଡ ମାର୍ଶାଲ ଆର୍ଟ ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ ତଥା ପ୍ରତିଷ୍ଠାତା ମାଷ୍ଟର ଭବାନୀ ଶଙ୍କର ରାୟଗୁର ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *