ମେଧାବୀ ସମ୍ବର୍ଦ୍ଧନା ୨0୨୬. ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଡ଼ମପଡା ମଣ୍ଡଳ ଶିକ୍ଷାଧିକାରୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ୨0୨୬ ପାଳିତ ! ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଡ଼ମପଡା ମଣ୍ଡଳ ଶିକ୍ଷାଧିକାରୀ କାମରାଜ ସାହୁ ! ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ରେ ଏହି ସରସ୍ବତୀ ବିଦ୍ୟାମନ୍ଦିର ର ଅଧ୍ୟୟନରତ ଛାତ୍ର ଛାତ୍ରୀ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି ! ୨ ଜଣ A1 ରେ ସ୍ଥାନ ପାଇଥିବା ବେଳେ A2 ରେ ୫ ଜଣ ଛାତ୍ର କୃତିତ୍ୱ ଅର୍ଜନ କରିଛନ୍ତି , ଯେଉଁଥିପାଇଁ ଆଜି ବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ଉତ୍ତରୀୟ ଫୁଲ ଗୁଚ୍ଛ ସାଙ୍ଗକୁ ଟ୍ରଫି ପ୍ରଦାନ କରାଯାଇଛି. ରାଜ୍ୟ ସ୍ତରୀୟ ଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷା ରେ ଉକ୍ତ ବିଦ୍ୟାଳୟ ର ତୃତୀୟ ଶ୍ରେଣୀ ର ଛାତ୍ର ଅମ୍ରିତ କୁମାର ସାମଲ ନବମ ସ୍ଥାନ ଅଧିକାର କରିଛନ୍ତି ! ଅମ୍ରିତ ଙ୍କ ସଫଳତା କୁ ନେଇ ବିଭିନ୍ନ ଆଡୁ ଛୁଟିଛି ଶୁଭେଚ୍ଛା ର ବାର୍ତା , ଶିକ୍ଷାନୁଷ୍ଠାନ ପକ୍ଷରୁ ତାଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଥିଲା. ଫୁଲ ଚନ୍ଦନ ସାଙ୍ଗକୁ ଅରୁଆ ଚାଉଳ ଛିଞ୍ଚି ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀଯୁକ୍ତ କାମରାଜ ସାହୁ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି. ଏ ଶିକ୍ଷାନୁଷ୍ଠାନ ଟି ଯଦିଓ ବେସରକାରୀ କିନ୍ତୁ ଏଠାକାର ଶିକ୍ଷାବ୍ୟବସ୍ଥା ଅତି ଉଚ୍ଚ କୋଟିର. ଯାହା ସମସ୍ତଙ୍କୁ ବିମୋହିତ କରିଛି. ଆଗାମୀ ଦିନ ରେ ନିଜର ଉଜ୍ବଳ ଭବିଷ୍ୟତ କୁ ନେଇ ଜଣେ ଭଲ ପ୍ରତିଷ୍ଠିତ ମଣିଷ ହେବା ସହିତ ଦେଶ ପାଇଁ ଗୌରବ ଆଣନ୍ତୁ ଛାତ୍ର ଛାତ୍ରୀ ବୋଲି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ଶିକ୍ଷାନୁଷ୍ଠାନ ର ପରିଚାଳନା କମିଟି ଗୁରୁଜୀ ଗୁରୁମା ଓ ପ୍ରଧାନ ଅଚର୍ଯ୍ୟା ଶରତ ଚଦ୍ର ପଣ୍ଡା. ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସହ ପ୍ରଧାନ ଅଚର୍ଯ୍ୟା ନରେଶ କୁମାର ମନ୍ତ୍ରୀ.

Leave a Reply

Your email address will not be published. Required fields are marked *