ଜିଲ୍ଲାପାଳଙ୍କ ଅନାହତ ଗୁମ୍ଫା ପରିଦର୍ଶନ : ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବ ପାଣ୍ଡଵ ବଖରା !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ କୁସୁପଙ୍ଗି ଗ୍ରାମ ପଂଚାୟତରେ ଥିବା ପୌରାଣିକ କିମ୍ବଦନ୍ତୀ ଓ ପ୍ରାଚୀନ ଦର୍ଶନୀୟ ସ୍ଥାନ ପାଣ୍ଡଵ ବଖରାକୁ ଆଜି କଟକ ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ପରିଦର୍ଶନ କରିଛନ୍ତି | ପୂର୍ବରୁ ବିଭିନ୍ନ ଜନ ଶୁଣାଣି ଶିବିର ଏବଂ କୁସୁପଙ୍ଗି ପଂଚାୟତ ତରଫରୁ ପାଣ୍ଡଵ ବଖରାକୁ ସରକାରୀ ସ୍ତରରେ ପର୍ଯ୍ୟଟନ ସ୍ଥଳୀ କରିବାକୁ ଦାବି କରାଯାଇଥିଲା | କୁସୁପଙ୍ଗି, ପାଥପୁର ଏବଂ ଡମପଡା ଅଂଚଳକୁ ଲାଗି ଗ୍ରାମ୍ୟ ଠାରୁ ଦୁଇଶହ ଫୁଟରେ ପାଣ୍ଡଵ ବଖରା ଅବସ୍ଥିତ | ବର୍ଷତମାମ ସାରା ଓଡିଶାର ପର୍ଯ୍ୟଟକ ଏଠାକୁ ପରିଭ୍ରମଣରେ ଆସିଥାନ୍ତି | ବହୁତ ଗୁଡିଏ ପ୍ରାଚୀନ ପରମ୍ପରା, କିମ୍ବଦନ୍ତୀ ଏହି ପୀଠ ସହିତ ସମ୍ପୃକ୍ତି ରହିଛି | ଶୀତଦିନେ ଭୋଜିଭାତ ସହିତ ଗ୍ରୀଷ୍ମଦିନରେ ପାହାଡ଼ ଚଢି ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ହଜାର ହଜାର ଲୋକ ଏଠାକୁ ଦୈନନ୍ଦିନ ଆସିଥାନ୍ତି | କଟକ ଜିଲ୍ଲାପାଳଙ୍କୁ ଅନାହାତ ଗୁମ୍ଫାର ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ କୁସୁପଙ୍ଗି ଗ୍ରାମ ପଂଚାୟତର ଯୁବ ସରପଞ୍ଚ ନରେଶ ବେଉରା | ଜିଲ୍ଲାପାଳଙ୍କ ସମୀକ୍ଷା ଓ ପରିଦର୍ଶନ କାର୍ଯ୍ୟରେ ବାଙ୍କୀ ଉପ ଜିଲ୍ଲାପାଳ ମନସ୍ବିନୀ ଦାସ, ଡମପଡା ବ୍ଲକ କାର୍ଯ୍ୟନିର୍ବାହୀ ଅଧିକାରୀ ଅଂଶୁମାନ ଦାସ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁ, ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କୁମାର ପଟେଲ ପ୍ରମୁଖ ଯୋଗ ଦେଇଥିଲେ | କୁସୁପଙ୍ଗି ପଂଚାୟତ ଗ୍ରାମବାସୀଙ୍କ ତରଫରୁ ସମସ୍ତ ଅତିଥି ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା | ଜିଲ୍ଲାପାଳ ପୀଠର ସବୁ ଦିଗକୁ ଅନୁସନ୍ଧାନ କରି ଯାହା ନିତ୍ୟାନ୍ତ ଆବଶ୍ୟକ ଯଥା ବିଦ୍ୟୁତ ସଂଯୋଗ, ଶିଶୁ ଉଦ୍ୟାନ ପାର୍କ, ପାହାଡ଼ର ଉପରିଭାଗରେ ନୂତନ ବନ ସରକ୍ଷଣ, ପର୍ଯ୍ୟଟକଙ୍କ ବାସସ୍ଥଳୀ ନିର୍ମାଣ ସହିତ ଦକ୍ଷିଣ କବାଟ, ଅନାହାତ, ନରହରି, ବିରିଗୁମ୍ଫାକୁ ପାଦଚଲା ରାସ୍ତା ନିର୍ମାଣ ଆଦି କରିବାକୁ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ | ସରକାରୀ ସ୍ତରରେ ଏହାକୁ ଖୁବଶୀଘ୍ର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିବ ବୋଲି ଜନ ସାଧାରଣଙ୍କୁ କଟକ ଜିଲ୍ଲାପାଳ କହିଥିଲେ |

Leave a Reply

Your email address will not be published. Required fields are marked *