ଦିବଂଗତ ଉମେଶ ଚନ୍ଦ୍ର ପଟ୍ଟନାୟକ ଙ୍କ ପାଇଁ ସ୍ମୃତି ଚାରଣ ସଭା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀର ଜଣାଶୁଣା ବ୍ୟକ୍ତିତ୍ୱ ତଥା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ବାଙ୍କୀ ଶାଖାର ପ୍ରତିଷ୍ଠାତା ସଦସ୍ୟ, ନୃସିଂହ ଛକ ପୂଜା କମିଟି ସଭାପତି, ମନ୍ଦିର ଛକ ପୂଜା କମିଟିର ଉପଦେଷ୍ଟା, ବାଙ୍କୀ ମହୋତ୍ସବ ର ଅନ୍ୟତମ ଉପସଭାପତି ଏବଂ ବିଶିଷ୍ଟ ବ୍ୟବସାୟୀ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ପଟ୍ଟନାୟକ ଙ୍କର ୭୫ବର୍ଷ ବୟସରେ ଗତକାଲି ପରଲୋକ ଘଟିଛି ! ଶ୍ରୀଯୁକ୍ତ ପଟ୍ଟନାୟକ ଜଣେ ମିଷ୍ଠଭାସୀ ଜନପ୍ରିୟ ବ୍ୟକ୍ତି ଥିଲେ । ତାଙ୍କର ଅକାଳ ବିୟୋଗ କୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ତାଙ୍କୁ ଭଲପାଉ ଥିବା ବ୍ୟକ୍ତି ବିଶେଷ ମାନେ । ତାଙ୍କର ବିୟୋଗ ରେ ବାଙ୍କୀର ବିଭିନ୍ନ ଅନୁଷ୍ଠାନ ରେ ଶୋକସଭା ଆୟୋଜନ କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବା ବେଳେ ତାଙ୍କ ବାସଭବନ ନିକଟରେ ଥିବା ମା ଚର୍ଚ୍ଚିକା ଙ୍କ ମୂଖ୍ୟ ତୋରଣ ନିକଟରେ ମନ୍ଦିର ଛକ ପୂଜା କମିଟିର ସମସ୍ତ ବ୍ୟବସାୟୀ ମାନଙ୍କୁ ନେଇ ଏକ ଶୋକସଭା ଆୟୋଜନ କରାଯାଇଥିଲା । ଏହି ସଭା କୁ କମିଟିର ସଭାପତି ତଥା ବାଙ୍କୀ ବଣିକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର ସଭାପତିତ୍ୱ କରି ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କ ସହିତ ବିତାଇଥିବା ଅନୁଭୁତି କୁ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଅଶୋକ କୁମାର ରଣା, ଭବାନୀ ଶଙ୍କର ମହାପାତ୍ର, ପ୍ରଦୀପ କୁମାର ସେଠୀ, ବିଜୟ କୁମାର ରଣା, ପ୍ରଦୀପ କୁମାର ସାହୁ, ଦେବାଶିଷ ଦାସ, ରାକେଶ କୁମାର ପାତ୍ର, ମୁକେଶ କୁମାର ପାତ୍ର, ମିଟୁ ପାତ୍ର, ପ୍ରଫୁଲ୍ଲ କୁମାର ପାତ୍ର, ପ୍ରମୋଦ ପାତ୍ର, ନୀଳମଣି ମହାପାତ୍ର, ରାକେଶ ରଣା, ଫକୀର ମାଝୀ, ପ୍ରତାପ ବାରିକ, ସାମ୍ବାଦିକ ଅଶୋକ କୁମାର ରଣା, ଅନନ୍ତ ରଣା, ସାହିତ୍ୟିକ କୌଶିକ୍ ନାୟକ, ମନୋରଞ୍ଜନ ବେହେରା, ବିଦ୍ୟାଧର ରଣା, ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ନିରବ ପ୍ରାର୍ଥନା କରିବା ସହିତ ଶୋକ ବ୍ୟକ୍ତ କରିଥିଲେ ।

 

Leave a Reply

Your email address will not be published. Required fields are marked *