ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ପାରାଦ୍ଵୀପ ବାଲିଝରା ରେ ଦ୍ୱିତୀୟ ବର୍ଷ ର ସାତଦିନିଆ ମୀନା ବଜାର ଆରମ୍ଭ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ପାରାଦ୍ଵୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ଵାଳ ଓ ପାରାଦୀପ ପୌର ପରିଷଦ ଏମି ଦିଲୀପ କୁମାର ସେଠୀ, ଜେଇ ବିଭୁତି ତ୍ରୀପାଠୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା l ପାରାଦୀପ ପୌର ପରିଷଦ ର ସ୍ଥାନୀୟ ପାରିଷଦ ଓ କମିଟି ମୁଖ୍ୟ ଙ୍କ ଉପସ୍ଥିତିରେ ଫିତା କାଟି ଏହାକୁ ଶୁଭ ଉଦଘାଟନ କରିଥିଲେ l ଏହି ମିନା ବଜାର ରେ ଅନ୍ୟୁନ କୋଡ଼ିଏ ରୁ ଅଧିକ ଷ୍ଟଲ୍ କରାଯାଇଥିବା ବେଳେ , ସମସ୍ତ ଅଞ୍ଚଳ ବାସି ଓ ଆଖ ପାଖ ଅଞ୍ଚଳରୁ ଲୋକମାନେ ଆସି ଏହି ସାତ ଦିନର ମିନା ବଜାର ରେ ବିଭିନ୍ନ ଉପକରଣ ଓ ପିଲା ମାନଙ୍କ ପାଇଁ ଖେଳ ସାମଗ୍ରୀ କିଣି ଖୁସି ହେବା ସହ ନିଜର ପରିବାର ଖୁସି ଅନୁଭବ କରି ପାରିବେ l
ପାରାଦୀପ ପାଞ୍ଚ ନମ୍ୱର ୱାର୍ଡ ବାଲିଝରା ରେ ସାତ ଦିନିଆ ମିନା ବଜାର ଉଦଘାଟନ !!!

