କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ, ଓଡ଼ିଶା (ବିସିଟି) ସମ୍ପାଦକ ବିଶିଷ୍ଟ ସାହିତ୍ୟିକ, ସଂଗଠକ, ମହାନ୍ ବକ୍ତା, ସମାଜସେବୀ ରକ୍ତଦାତା ରସାନନ୍ଦ ଦେଉରୀ ! ପେଷାରେ ସେ ପୋଲିସ କର୍ମଚାରୀ ହେଲେ ନିଶା ସମାଜସେବା । ତିଗିରିଆ ବ୍ଲକ ଗଦାଧରପୁର ପଞ୍ଚାୟତ ଉପକଣ୍ଠ କଳିବୀର ଗ୍ରାମରେ ତାଙ୍କ ଜନ୍ମ । ନିୟମିତ ରକ୍ତଦାନ ସହ ଜନ ସଚେତନତା,ଅନାଥାଶ୍ରମ ଆଉ ବୃଦ୍ଧାଶ୍ରମ ଆଦିକୁ ସହଯୋଗ ପ୍ରଦାନ,ଖାଦ୍ୟ ବଣ୍ଟନ,ସ୍ଵାସ୍ଥ୍ୟ ସେବା ଶିବିର,ପରିବେଶ ସୁରକ୍ଷା ଆଦି ହିତକର କାର୍ଯ୍ୟ କରିଆସୁଛନ୍ତି । ଖରାଦିନ ଆସିଗଲେ କିପରି ପଶୁପକ୍ଷୀ ମାନେ ଜଳର ଅଭାବରେ ମୃତ୍ୟୁବରଣ ନକରିବେ ସେଥିପାଇଁ ତତ୍ପର ହୋଇଉଠନ୍ତି । ପ୍ଲାଷ୍ଟିକ ବୋତଲକୁ ସେ ଗଛରେ ବାନ୍ଧି ସେଥିରେ ପାଣି ରଖନ୍ତି, ଯାହା ଦ୍ୱାରାକି ସମସ୍ତ ପକ୍ଷୀ ଏହି ବୋତଲରୁ ପାଣି ପିଇବେ ଆଉ ଜୀବନ ବଞ୍ଚେଇ ପାରିବେ । ପ୍ରତିବର୍ଷ ୧୦୦୦ ରୁ ଉର୍ଦ୍ଧ ବୋତଲ ବିଭିନ୍ନ ଗଛ ଡାଳରେ ବାନ୍ଧିବା ବା ପାଣି ପାତ୍ର ରଖିବା ସହ ପଶୁ ମାନଙ୍କ ପାଇଁ ପାଣି କୁଣ୍ଡ ରଖିବା ଆଦି କାର୍ଯ୍ୟ କରିଥାନ୍ତି ।
ରାଜ୍ୟରେ ବହୁବିଧ ସେବାକାର୍ଯ୍ୟର ମଙ୍ଗ ଧରିଲେ ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ ର ସମ୍ପାଦକ ରସାନନ୍ଦ ଦେଉରୀ !!!

