ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ନିର୍ମାଣଧୀନ ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାଣ ପାଇଁ ୨୦ କୋଟି ଟଙ୍କାର ଆର୍ଥକ ଅନୁଦାନକୁ ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି ! ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିକଶିତ ଭାରତ – ସାରା ଓଡ଼ିଶା କାର୍ଯ୍ୟକ୍ରମରେ ମନ୍ତ୍ରୀ ଏହି ଅନୁଦାନ ସମ୍ପର୍କରେ ଘୋଷଣା କରିଛନ୍ତି ! ଏଥିପାଇଁ ଗଜପତି ଜିଲ୍ଲାବାସୀ ବେଶ ଆନନ୍ଦିତ , ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଏହି ଅନୁଦାନ ଘୋଷଣା ବେଶ ସହାୟକ ହେବ ବୋଲି ଜିଲ୍ଲାବାସୀ ଓ ଜଗନ୍ନାଥ ମନ୍ଦିର କମିଟି ଆଶା ପ୍ରକଟ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ଙ୍କୁ ସାଧୁବାଦ ଜଣାଇଛନ୍ତି ଜିଲ୍ଲା ବାସୀ ।
ପାରଳା ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ୨୦ କୋଟି ଅନୁଦାନ ଘୋଷଣା !!!

