ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକର ଶିଖରପୁର ଗ୍ରାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଦ୍ୟାଳୟକୁ ଆଜି ଜିଲ୍ଲାପାଳ ନୟାଗଡ଼ଙ୍କ ସହ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟଶ୍ରୀ ପଟ୍ଟନାୟକ ଏବଂ ଜିଲ୍ଲା ସଂଯୋଜକ ପୋଷଣ ପରିଦର୍ଶନ କରିଥିଲେ । ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମାଆମାନେ ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ସହ ଆଲୋଚନା କରି ପୋଷଣ, ସ୍ୱାସ୍ଥ୍ୟ ସେବା, ପ୍ରାରମ୍ଭିକ ଶିଶୁ ଶିକ୍ଷା ଏବଂ ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ସୁନିଶ୍ଚିତ କରିବା । ଜିଲ୍ଲାପାଳ ପ୍ରି-ସ୍କୁଲ କାର୍ଯ୍ୟକଳାପ ପାଇଁ ଆବଶ୍ୟକ ଶିକ୍ଷା ସାମଗ୍ରୀ ଓ ଅନ୍ୟାନ୍ୟ ସମ୍ପଦର ଉପଲବ୍ଧତା ଯାଞ୍ଚ କରିଥିଲେ । ଏହାସହିତ କେନ୍ଦ୍ରରେ ପରିଷ୍କାର-ପରିଚ୍ଛନ୍ନତା ଓ ସ୍ୱଚ୍ଛତା ବ୍ୟବସ୍ଥାର ମୂଲ୍ୟାଙ୍କନ କରାଯାଇଥିଲା । କଳା ଓ ହସ୍ତଶିଳ୍ପ, ପ୍ରି-ସ୍କୁଲ ଶିକ୍ଷା କାର୍ଯ୍ୟକଳାପ ଏବଂ ଗରମ ରନ୍ଧା ଖାଦ୍ୟ କାର୍ଯ୍ୟକ୍ରମର ଅବଲୋକନ କରାଯାଇଥିଲା ।
ଶିଖରପୁର ଅଙ୍ଗନବାଡି କେନ୍ଦ୍ରକୁ ଜିଲ୍ଲାପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ ପରିଦର୍ଶନ !!!

