ଭଗବାନ ଭରସା ରେ ଏବେ ଚାଷୀ କୂଳ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବର୍ଷାର ଲୁଚକାଳୀ ଖେଳ ରେ ଚାଷୀ ପଡିଛି ଚିନ୍ତାରେ ! ଭଗବାନ ଭରସା ରେ ଏବେ ଚାଷୀ କୂଳ ! ଗଜପତିରେ ବର୍ତ୍ତମାନ ଚାଷୀ ଚିନ୍ତାରେ ପଡ଼ିଯାଇଛି । ଖରିଫ ଋତୁ ସକାଶେ ଚାଷୀ ଅଖି ତୃତୀୟା ଠାରୁ ଧାନ ମୁଠି ଅନୁକଳ କରି , ରଜ ପୂର୍ବରୁ ଓ ପରେ ଧାନ ତଳି ପକାଇବା ସହ ଧାନ ବୁଣିବା ଆରମ୍ଭ କରିଦେଇଛି ! ବର୍ଷା ଉପରେ ନିର୍ଭର କରୁଛି ଆଗାମୀ ଚାଷ ପ୍ରକ୍ରିୟା , ଚାଷୀ ତଳି ପକାଇଲେ ଧାନ ରୋଇବା କାମ ଆରମ୍ଭ ହେବ ! ବୁଣା ହୋଇଥିବା ଧାନ ଗଜା ଉଠି ସାରିଲାଣି , ତଳି ମଧ୍ୟ ଉଠିଗଲାଣି ! କିନ୍ତୁ ବର୍ତ୍ତମାନ ମୌସୁମୀ ଲୁଚକାଳୀ ଖେଳରେ ଚିନ୍ତାରେ ପଡିଯାଇଛି ଚାଷୀ । ବର୍ଷା ନହେଲେ ଧାନ ତଳି ପୋଡ଼ିଯିବା ସହ ଗଜା ମରୁଡି ହେବାର ଆଶଙ୍କା ରହିଛି ! ତେଣୁ ଚାଷୀ ଏବେ କେବଳ ଭଗବାନ ଭରସା ରେ ଅଛନ୍ତି ।

Leave a Reply

Your email address will not be published. Required fields are marked *