କେନାଲରେ ପଡୁଛି ଅଳିଆ ଆବର୍ଜନା : ଚାଷୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଉନି ବିଭାଗ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଚାଷ ଜମିକୁ ଜଳ ଯୋଗାଇବା ପାଇଁ ନିର୍ମିତ କେନାଲ ଏବେ ଆବର୍ଜନା ମଇଳା କୁଣ୍ଡ ପାଲଟିଛି । ଏ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳର ଚାଷୀମାନେ ଦୀର୍ଘ ଦୁଇ ଦଶନ୍ଧି ଧରି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାରଳାଖେମୁଣ୍ଡି ସହରର ସେରିସାହି ନିକଟ ଦେଇ କ୍ଷୁଦ୍ର ଜଳସେଚନ ବିଭାଗର ଏହି କେନାଲ ଯାଇଛି । ଏକଦା ରାମସାଗର, ସୀତାସାଗରରୁ ତଳି ଅଞ୍ଚଳର ଚାଷ ଜମିକୁ ଜଳ ଯୋଗାଇବାରେ ପ୍ରମୁଖ ମାଧ୍ୟମ ଥିବା ଥିବା ଉକ୍ତ କେନାଲ ବର୍ତ୍ତମାନ ସହରର ଆବର୍ଜନା, ମଇଳା ପାଣି ଧରି ରଖୁଥିବା କୁଣ୍ଡ ପାଲଟିଛି । ପୂର୍ବରୁ ଏହି କେନାଲର ଜଳକୁ ବ୍ୟବହାର କରି ଚାଷ କରାଯାଉଥିଲା , ମାତ୍ର ପରବର୍ତ୍ତୀ ସମୟରେ ବର୍ଷ ବର୍ଷ ଧରି ଏଥିରେ ସହରର ମଇଳା ପାଣି ପ୍ରବାହିତ ହେବାରୁ ଜମି ଚାଷ କରିବା କଷ୍ଟକର ହୋଇପଡ଼ିଛି । ଅନ୍ୟପକ୍ଷରେ କେନାଲ ପାର୍ଶ୍ଵରେ ବଢ଼ୁଥିବା ଜନବସତି, ବେଆଇନ ଜବରଦଖଲ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁ ସ୍ଥିତି ଅଧିକ ଜଟିଳ ହୋଇପଡିଛି । ଏନେଇ ପାରଳାଖେମୁଣ୍ଡି ପୌର ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ ଗଣମାଧ୍ୟମକୁ କହିଛନ୍ତି, ସମସ୍ୟା ସମ୍ପର୍କରେ ପୌର ପରିଷଦ ଅବଗତ ଅଛି, କେନାଲରୁ ମଇଳା ପାଣି ନିଷ୍କାସନ ର ସ୍ଥାୟୀ ସମାଧାନ ପାଇଁ ସୁଏଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ ନିମନ୍ତେ ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଛି । କେବଳ ଅର୍ଥ ଖର୍ଚ୍ଚ କରାଇବାରେ ବିଭାଗ ଗୁଡ଼ିକ ବାଉଳା , ଚାଷୀ ର ସମସ୍ୟା ସମାଧାନ କରିବାରେ ବିଫଳ ! ନୂତନ ସରକାର ଚାଷୀ ଙ୍କ ସମସ୍ୟାକୁ ଗୁରୁତ୍ଵ ଦେଲେ ଚାଷୀ ଉପକୃତ ହୋଇ ପାରିବେ ।

Leave a Reply

Your email address will not be published. Required fields are marked *