ଚଉକି ମାଡି ବସି ରହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ କର୍ମଚାରୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ହେଉନାହିଁ କର୍ମଚାରୀଙ୍କ ବଦଳି , ସରକାର ଙ୍କ ନିୟମ ଏଠାରେ କାମ କରୁନାହିଁ । ଚଉକି ମାଡି ବସି ରହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ କର୍ମଚାରୀ , ଲୋକଙ୍କ ସରକାର ଦୃଷ୍ଟି ପଡ଼ିବ କେବେ ? ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରି , କ୍ଷେତ୍ର କର୍ମଚାରୀ ମାନଙ୍କର ଦୀର୍ଘ ଦିନ ହେଲା ବଦଳି ହେଉନାହିଁ । ସରକାରଙ୍କ ନିୟମ ଏଠାରେ କାମ କରୁନାହିଁ । ବିଭାଗର ଅଧିକାରୀ ଜିଲ୍ଲା ପ୍ରଶାସନକୁ ଅବଗତ କରୁନାହାନ୍ତି , ନା ଜାଣି ଶୁଣି ଜିଲ୍ଲା ପ୍ରଶାସନ ବିଭାଗ ର କର୍ମଚାରିଙ୍କୁ ବଦଳି କରୁନାହାନ୍ତି । ଯଥା ଶୀଘ୍ର କର୍ମଚାରୀ ଙ୍କୁ ନିୟମ ଅନୁସାରେ ବଦଳି କରିଲେ ଲୋକଙ୍କ ଭରସା ରହିବ । ନହେଲେ ଲୋକଙ୍କ ସରକାର ପ୍ରତି ବିଶ୍ୱାସ ରହିବ ନାହିଁ ।

Leave a Reply

Your email address will not be published. Required fields are marked *