ଘାଇଲା କଲା ଲଘୁଚାପ ବର୍ଷା : ଘର ଉପରେ ଗଛ ପଡି ଦୁଇ ଆହତ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଘାଇଲା କଲା ଲଘୁଚାପ ବର୍ଷା , ଘର ଉପରେ ଗଛ ପଡି ଦୁଇ ଆହତ l ଲଗାତାର ପାଞ୍ଚ ଦିନ ର ଲଘୁଚାପ ଜନିତ ବର୍ଷା ରେ ବେହାଲ ହେଲେଣି କୋରାପୁଟ ବାସୀ ! ବର୍ଷା ର ବିତ୍ପାତ ଉତ୍ପାତ ଏମିତିଯେ ଘର ଉପରେ ବିରାଟ ଗଛ ପଡି ଦୁଇ ଜଣ ବୟସ୍କ ବ୍ୟକ୍ତିଙ୍କର ମୁଣ୍ଡ ଫାଟି ଚିକିତ୍ସାଳୟ ରେ ଭର୍ତ୍ତି ହୋଇଛନ୍ତି ! କାଲି ରାତିରେ ଶିଶୁମନ୍ଦିର ନିକଟରେ ରହୁଥିବା ମୁନିସିପାଲିଟି ର ଅବସର ପ୍ରାପ୍ତ ବଡ଼ ବାବୁ ଙ୍କ ଶାଶୁ ଶଶୁର ଘରେ ବିଶ୍ରାମ ନେଉଥିବା ବେଳେ ଏକ ବିରାଟ ଗଛ ଘର ର ଛlତ ଉପରେ ପଡିବା ଯୋଗୁଁ ଆଜବେଷ୍ଟ ଖଣ୍ଡ ଟି ଉଭୟ ଙ୍କ ମୁଣ୍ଡ ଉପରେ ପଡିଥିଲା ! ଆଉ ସେମାନେ ଆହତ ହୋଇଥିଲେ ! ଗଛ ପଡି ତାଙ୍କ ପଡୋଶୀଙ୍କ ଘର ମଧ୍ୟ କ୍ଷତି ହେବାସହ ଆଶବାବ ଗୁଡିକ ନଷ୍ଟ ହୋଇଥିବା ର ଜଣାପଡିଛି l ଅନ୍ୟପଟେ ବ୍ୟାଙ୍କ କଲୋନୀ ବାସୀ ଙ୍କ ଖlମ ଖିଆଲ ନୀତି ଯୋଗୁଁ ଏପରି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ଦର୍ଶାଇଛନ୍ତି l

Leave a Reply

Your email address will not be published. Required fields are marked *