ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମାନବିକ ପଦକ୍ଷେପ କ୍ରମରେ ସୁବର୍ଣ୍ଣଦେଇପୁର ଗ୍ରାମର ଅସହାୟ ଦିବ୍ୟାଙ୍ଗ ବୃଦ୍ଧ ବଡୁ ପ୍ରଧାନଙ୍କୁ ନୟାଗଡ଼ ସମର୍ପଣ ବୃଦ୍ଧାଶ୍ରମରେ ସଫଳତାର ସହିତ ଥଇଥାନ କରାଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅଞ୍ଜଳି ମଛଖଣ୍ଡଙ୍କ ନିର୍ଦ୍ଦେଶକ୍ରମେ ଏହି ପୁନର୍ବାସ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ପ୍ରାଧିକରଣର ପାରା ଲିଗାଲ୍ ସ୍ୱେଚ୍ଛାସେବୀ ଲିପ୍ସା ଦାଶ, ସୋନାଲିକା ପଟ୍ଟନାୟକ ଏବଂ ପ୍ରମୋଦ କୁମାର ମହାନ୍ତି ସମନ୍ବିତ ଭାବେ ପଦକ୍ଷେପ ଗ୍ରହଣ କରି ବୃଦ୍ଧ ଦଣ୍ଡୁ ପ୍ରଧାନଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବରେ ନୟାଗଡ଼ ବୃଦ୍ଧାଶ୍ରମରେ ପହଞ୍ଚାଇଥିଲେ|ବୟସାଧିକ୍ୟ ଓ ଦିବ୍ୟାଙ୍ଗତା କାରଣରୁ ଦଣ୍ଡୁ ପ୍ରଧାନ ନିଜର ଦୈନନ୍ଦିନ ଜୀବନଯାପନ କରିବାରେ ଅସମର୍ଥ ହୋଇପଡ଼ିଥିଲେ। ତାଙ୍କର ଅବସ୍ଥା ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲା । ପାରା ଲିଗାଲ୍ ସ୍ୱେଚ୍ଛାସେବୀମାନଙ୍କ ଉଦ୍ୟମରେ ସମସ୍ତ ଆବଶ୍ୟକ ପ୍ରକ୍ରିୟା ସମ୍ପନ୍ନ କରାଯାଇ ତାଙ୍କୁ ବୃଦ୍ଧାଶ୍ରମରେ ଥଇଥାନ କରାଯାଇଛି, ଯେଉଁଠାରେ ସେ ଖାଦ୍ୟ, ଚିକିତ୍ସା, ଆବାସ ଏବଂ ଆବଶ୍ୟକ ଯନ୍ତ୍ରର ସୁବିଧା ପାଇପାରିବେ।ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ, ସମାଜରେ ଥିବା ଅସହାୟ, ବୃଦ୍ଧ, ଦିବ୍ୟାଙ୍ଗ ଏବଂ ଅବହେଳିତ ବ୍ୟକ୍ତିମାନଙ୍କୁ ଆଇନଗତ ସହାୟତା ସହିତ ଆବଶ୍ୟକ ସାମାଜିକ ସୁରକ୍ଷା ଓ ପୁନର୍ବାସ ସୁବିଧା ପ୍ରଦାନ କରିବା ପ୍ରାଧିକରଣର ପ୍ରମୁଖ ଲକ୍ଷ୍ୟ ଏଭଳି ମାନବିକ ପଦକ୍ଷେପ ସମାଜରେ ସହଯୋଗ, ସମ୍ବେଦନଶୀଳତା ଓ ସାମାଜିକ ଦାୟିତ୍ବବୋଧକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରାଯାଇଛି।
ଜିଲ୍ଲା ଆଇନସେବା ପ୍ରାଧିକରଣର ପଦକ୍ଷେପ : ଅସହାୟ ବିବ୍ୟାଙ୍ଗ ବୃଦ୍ଧଙ୍କୁ ବୃଦ୍ଧାଶ୍ରମରେ ଥଇଥାନ !!!

