ଗୋଷାଣି ଠାରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସହ ମାଗଣା ସ୍ବାସ୍ଥ୍ୟ ସେବା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୋଷାଣି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା ଜେନା, ବ୍ଲକ କାର୍ଯ୍ୟାଳୟର ବରିଷ୍ଠକିରାଣି ରାଜେଶ କୁମାର ରଥ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁବ୍ରତ ଦାସ ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ବିକାଶ ଘଟାଇବା ଏହି ଶିବିରରେ ମୁଖ୍ୟ ଲକ୍ଷ୍ୟ ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ । ଏହି ଶିବିରରେ ପ୍ରାୟ ୯୪ ଜଣଙ୍କ ପଞ୍ଜିକୃତ ହୋଇଥିବା ବେଳେ ଯୋଗଦେଇଥିବା ବେଳେ ଅସ୍ତିଶଲ୍ୟ ସମସ୍ୟାରେ 53 ଜଣ, ମାନସିକ ସମସ୍ୟାରେ 11ଜଣ, ନଶୁଭିବା ସମସ୍ୟାରେ 22 ଜଣ, ଚକ୍ଷୁ ସମସ୍ୟାରେ 8 ଜଣ ଚିହ୍ନଟ ହୋଇଥିଲେ । ଏହି ଅବସରରେ 3 ଜଣଙ୍କୁ ଡିଆରଆଇ ଋଣ ଏବଂ 9 ଜଣଙ୍କୁ ବସ ରିହାତି ଜନିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସେହିଭଳି 22 ଜଣ ଦିବ୍ୟାଙ୍ଗଙ୍କୁ ବିଭିନ୍ନ ସହାୟକ ଉପକରଣ ପ୍ରଦାନ କରିବା ଲାଗି ଚିହ୍ନଟ ହୋଇଛନ୍ତି । ଏହାସହ ଅସ୍ଥିଶଲ୍ୟ ବିଭାଗ, କର୍ଣ୍ଣ ବଧିର, ଚକ୍ଷୁ, ଏମ୍ଆର୍ ସିପି ଆଦି ବିଭିନ୍ନ ବିଭାଗର ଡାକ୍ତର ତଥା ବିଶେଷଜ୍ଞମାନେ ଯୋଗଦେଇ ସ୍ବାସ୍ଥ୍ୟ ପରୀକ୍ଷାନିରୀକ୍ଷା ମଧ୍ୟ କରିଥିଲେ । ଏହା ସହ ଏହି ବିଭାଗ ଗୁଡିକ ଦ୍ବାରା ସୁବିଧା ସୁଯୋଗ ଦିଆଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକର ସମସ୍ତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିରରେ ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ମନସ୍ତବିତ ଅଜିତ କୁମାର ରାଉଳ, ବରିଷ୍ଟ ପ୍ରସ୍ତ୍ରଟିକ ଏବଂ ଅର୍ଥଟିକ୍ ମୂରଲିଧର ବେହେରା, ମୋବିଲିଟି ଇନ୍ସପେକ୍ଟର ସ୍ମିତା ସାମନ୍ତରାୟ, ଡାକ୍ତର ଦୁର୍ଗା କେଶ ପଣ୍ଡା, ଡାକ୍ତର ଚନ୍ଦ୍ରନ କୁମାର ମେକପ, ଡାକ୍ତର ସିଦ୍ଧାର୍ଥ ପାତ୍ର, ଡାକ୍ତର ଶ୍ରୀତମସାହୁଙ୍କ ସମେତ ଗୁରାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ପି.ଜି. ପ୍ରସୁନ୍ନା ଏବଂ କର୍ମଚାରୀମାନେ ଉପସ୍ଥିତ ରହି ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏହା ସହ ମାଗଣା ଔଷଧ ମଧ୍ୟ ପ୍ରଦାନ କରିଥିଲେ ।କିନ୍ତୁ ଜିଲ୍ଲାର ବିଭିନ୍ନ ବ୍ଲକ ରେ ଏହି କାର୍ଯ୍ୟ କର୍ମ ହଉଛି ଅର୍ଥ ପାଣି ଭଳି ଖର୍ଚ୍ଚ ହଉ ଛି କିନ୍ତୁ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରାଯାଉ ନାହିଁ । ଯାହା ଫଳରେ ଲୋକେ ସଚେତନ ହେଇ ପାରୁନାହାନ୍ତି ।

Leave a Reply

Your email address will not be published. Required fields are marked *