ଉତ୍କଳମଣିଙ୍କ ୯୮ତମ ପୁଣ୍ୟତିଥି ପାଳିତ : ସମାଜସେବୀ ସନ୍ତୋଷ ମଲ୍ଲିକ ହେଲେ ସମ୍ବର୍ଦ୍ଧିତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଉତ୍କଳମଣିଙ୍କ ୯୮ତମ ପୁଣ୍ୟତିଥି ପାଳିତ , ସମାଜସେବୀ ସନ୍ତୋଷ ମଲ୍ଲିକ ହେଲେ ସମ୍ବର୍ଦ୍ଧିତ ! ପବିତ୍ର ନେତ୍ରୋତ୍ସବ ତିଥିରେ ଓଡ଼ିଆ ଜାତିର ପ୍ରାଣ ପ୍ରତିଷ୍ଠାତା, ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୮ତମ ପୁଣ୍ୟତିଥି ପାଳିତ ହୋଇଯାଇଛି । ଏହି ଅବସରରେ ପୁରୀ ଜିଲ୍ଲା ଚାରିଛକ ସ୍ଥିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ! ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ସେବା କାର୍ଯ୍ୟରେ ନିରନ୍ତର ନିଜକୁ ନିୟୋଜିତ ରଖିଥିବା ସମାଜସେବୀ ସନ୍ତୋଷ ମଲ୍ଲିକଙ୍କୁ ଏହି କାର୍ଯ୍ୟକ୍ରମରେ ‘କବିରାଜ କୁଳମଣି ମେମୋରିଆଲ ଟ୍ରଷ୍ଟ’ ପକ୍ଷରୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସ୍ଥାନୀୟ ବାସିନ୍ଦା ଯୋଗଦେଇ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *