ନୂଆ ପିତାପଡାରେ ଭକ୍ତିମୟ ପରିବେଶ : ମହାପ୍ରଭୁଙ୍କ ରଥଯାତ୍ରା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ କୃଷ୍ଣପ୍ରସାଦ ଗ୍ରାମ ପଞ୍ଚାୟତର ନୂଆ ପିତାପଡା ଗ୍ରାମରେ ଚଳିତ ବର୍ଷ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହ ପବିତ୍ର ରଥଯାତ୍ରା ଆୟୋଜିତ ହୋଇଛି । ଗ୍ରାମବାସୀଙ୍କ ମଧ୍ୟରେ ଏହି ପବିତ୍ର ଅବସରରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି । ରଥଯାତ୍ରା ପାଇଁ ଗ୍ରାମର ମୁଖ୍ୟ ରାସ୍ତା ଓ ମନ୍ଦିର ପରିସରକୁ ସୁନ୍ଦର ଭାବେ ସଜ୍ଜିତ କରାଯାଇଛି । ସକାଳୁ ଶ୍ରୀଜିଉଙ୍କ ନୀତିକାନ୍ତି ସମ୍ପନ୍ନ ହେବା ପରେ ରଥାରୂଢ ହୋଇଥିଲେ ଚତୁର୍ଦ୍ଧା ମୂର୍ତ୍ତି । ଘଣ୍ଟ, ଘଣ୍ଟା, କାହାଳୀ ଏବଂ ଶଙ୍ଖ ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଗ୍ରାମର ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କର ଅବଦାନ ରହିଛି । ଗ୍ରାମର ବୟସ୍କଙ୍କ ଠାରୁ ଆରମ୍ଭ କରି ଯୁବପିଢି ପର୍ଯ୍ୟନ୍ତ ସମସ୍ତେ ମିଳିମିଶି ରଥ ଟାଣିବାରେ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରିବାରେ ସହଯୋଗ କରୁଛନ୍ତି । ଗ୍ରାମରେ ରଥଯାତ୍ରା ଆୟୋଜନ କରିବା ଆମ ପାଇଁ ଗର୍ବର ବିଷୟ । ଏହା ଆମ ଅଞ୍ଚଳରେ ଭାଇଚାରା ଓ ଆଧ୍ୟାତ୍ମିକ ଚେତନାକୁ ବୃଦ୍ଧି କରିଥାଏ ବୋଲି ଗ୍ରାମବାସୀ ମାନେ ମତବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଗ୍ରାମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସନ୍ଧ୍ୟା ଆୟୋଜନ କରାଯିବାର ଯୋଜନା ରହିଛି । ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ କରିବା ପାଇଁ ଗ୍ରାମ କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *