ଶାବର ଶ୍ରୀକ୍ଷେତ୍ର ରେ ଗଡ଼ିଲା ମହାପ୍ରଭୁଙ୍କ ରଥ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଶାବର ଶ୍ରୀକ୍ଷେତ୍ର ରେ ଆନନ୍ଦ ଉଲ୍ଲାସର ସହ ରଥଯାତ୍ରା ଅନୁଷ୍ଠିତ l ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା , ସାରା ବିଶ୍ୱରେ ଘୋଷଯାତ୍ରା ପାଳିତ ହୋଇଥିବା ବେଳେ ଆଜି ଶlବର ଶ୍ରୀକ୍ଷେତ୍ରରେ ମହାସମାରୋହ ରେ ରଥଯାତ୍ରା ପାଳିତ ହୋଇଯାଇଛି l ପ୍ରଥମେ ମନ୍ଦିର ର ଦ୍ୱାର ଫିଟା ପରେ ରୀତିନୀତି ଅନୁସାରେ ପୂଜାର୍ଚନା କରାଯାଇ ମଙ୍ଗଳ ଆଳତି କରାଯାଇଥିଲା ! ରଥଯାତ୍ରା ପାଇଁ ମା ବିମଳାଙ୍କ ଠୁ ଆଜ୍ଞା ମାଳ ଅଣାଯିବା ପରେ ପ୍ରଥମେ ସୁଦର୍ଶନ ପରେ ବଲଭଦ୍ର ତାପରେ ମାତା ସୁଭଦ୍ରା ଓ ଶେଷରେ ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେ କରାଯାଇଥିଲା ! ତିନି ରଥ ରେ ଆଦିବାସୀ ଙ୍କ ଗାଁ ମୁଖିଆ ଙ୍କ ଦ୍ୱାରା ଛେରା ପହଁରା କରାଯାଇଥିଲା ଓ ନିର୍ଦ୍ଧାରିତ ସମୟରେ ଗୋଟେ ପରେ ଗୋଟେ କରି ତିନୋଟି ରଥ ମା ଗୁଣ୍ଡିଚା ଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରି ନିର୍ଦ୍ଧିlରିତ ସମୟରେ ମାଉସୀମା ମନ୍ଦିର ନିକଟରେ ପହଂଚି ଯାଇଥିଲା ! କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଜିଲ୍ଲା ଏସ ପି ରୋହିତ ଶର୍ମାଙ୍କ ସମେତ ମନ୍ଦିର ପ୍ରଶାସନ ଉପସ୍ଥିତ ଥିଲେ ! ସବୁଠୁ ବଡ଼ କଥା ହେଲା ଆଦିବାସୀ ଙ୍କ ଦ୍ୱାରା ଅଣା ଯାଇଥିବା ଭୋଗ କୁ ତିନି ଠାକୁର ଙ୍କୁ ପୂଜାର୍ଚନା କାରାଯାଇଥିବା ବେଳେ ପ୍ରଶାସନ ତରଫରୁ ଗାଁ ମୁଖିଆ ଙ୍କୁ ସିରିପା ପିନ୍ଧାଇ ସମ୍ମାନିତ କରାଯାଇଥିଲା ! ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ l

Leave a Reply

Your email address will not be published. Required fields are marked *