ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ମହାନଦୀରୁ ପୁଣି ଉଦ୍ଧାର ହେଲା ଅଜଣା ମୃତଦେହ ! ଆଜି ମୁଣ୍ଡଳୀ ବ୍ୟାରେଜ ପାଖରୁ ଉଦ୍ଧାର ହେଲା ଅଜଣା ମୃତଦେହ ! ଗତ ଚାରି ଦିନ ତଳେ ନରାଜ ବ୍ୟାରେଜ ରୁ ବାଙ୍କୀ ଅଂଚଳର ଜଣେ ବୃଦ୍ଧ ଙ୍କ ମୃତ ଶରୀର ଉଦ୍ଧାର ହୋଇଥିବା ବେଳେ ଆଜି ପୁଣି ଏକ ମୃତଦେହ ଉଦ୍ଧାର ହୋଇଛି ! ମୁଣ୍ଡଳୀ ବ୍ୟାରେଜ ରେ ମୃତଦେହ ଭାସୁଥିବାର ଦେଖି ମାଛ ଧରାଳୀ ପୁଲିସ କୁ ଖବର ଦେଇଥିଲେ ! ଘଟଣା ସମ୍ପର୍କରେ ସୂଚନା ପାଇଁ ଅଗ୍ନିଶମ ବିଭାଗ ସହାୟତାରେ ମୃତଦେହ କୁ ପାଣିରୁ ଉଦ୍ଧାର କରାଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳି ପାରିନାହିଁ !
ମହାନଦୀରୁ ପୁଣି ଉଦ୍ଧାର ହେଲା ଅଜଣା ମୃତଦେହ !!!!

