ବାଙ୍କୀ ରେ ମହାନଦୀର ବନ୍ୟା ପ୍ରଭାବ : ବନ୍ଦ ହେଲା ବାଙ୍କୀ – କଳାପଥର ରାସ୍ତା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରେ ମହାନଦୀର ବନ୍ୟା ପ୍ରଭାବ , ରାସ୍ତା ଉପରେ ଚାଲିଲା ପାଣି ! ଗମନାଗମନ ବାଧାପ୍ରାପ୍ତ , ବନ୍ଦ ହେଲା ବାଙ୍କୀ – କଳାପଥର ରାସ୍ତା ! ମହାନଦୀରେ ଦ୍ବିତୀୟ ବନ୍ୟା ଜଳ ଆସିବା ପରେ ବହୁ ଅଂଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି ! ଚନ୍ଦ୍ରପା ସେତୁ ଉପରେ ଚାଲିଛି ପ୍ରାୟ ଦୁଇ ଫୁଟ ଉଚରେ ବନ୍ୟାଜଳ , ଅନ୍ୟ ପକ୍ଷରେ ବ୍ରହ୍ମପୁରା ଧୋୟା ନାଳ ସେତୁ ଛୁଇଁଲାଣି ବନ୍ୟା ପାଣି ! ମହାନଦୀରେ ଜଳପ୍ରବାହ ବଢିଲେ ସେ ରାସ୍ତା ମଧ୍ୟ ବନ୍ଦ ହୋଇପାରେ ! ଡମପଡା ବ୍ଲକ ର ବିଲିପଡ଼ା, ଶିମିଳିପୁର ଅରପୁର, ତାଳବସ୍ତ, ଦୁଲଣାପୁର, ଗୋପାଳପୁର ଅଂଚଳରେ ବନ୍ୟା ଜଳ ପ୍ରଭାବରେ ଧାନ ତଳି ଏବଂ ପନି ପରିବା ଚାଷ ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଛି |

 

 

Leave a Reply

Your email address will not be published. Required fields are marked *