ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରାବଣ ମାସ ଶୁକ୍ରବାର ଜଗତ ଜନନୀ ଶ୍ରୀ ଶ୍ରୀ ବଡ଼ ମା ଙ୍କ ଶୁଭ ୧୩୩ତମ ଜନ୍ମ ମହୋତ୍ସବ ସ୍ଥାନୀୟ ସତସଙ୍ଗ ବିହାର ପାରଳାଖେମୁଣ୍ଡି ଠାରେ ବହୁ ଆନନ୍ଦ ରେ ପରି ପାଳିତ ହୋଇଛି ସକାଳ ୫ଘଣ୍ଟା ସମୟ ରେ ଉଷା ବିନତି, ଠିକ ୫:୨୨ମିନିଟ ରେ ସମବେତ ପ୍ରାର୍ଥନା ଗ୍ରନ୍ଥ ପାଠ ଓ ଶ୍ରୀ ଶ୍ରୀ ଠାକୁର ଙ୍କ ଉଦେଶ୍ୟ ରେ ଭଜନ ମା ଙ୍କ ଉଦେଶ୍ୟ ରେ ପ୍ରାର୍ଥନା ପରେ ଠିକ ଘ ୮:୫୦ମି ରେ ଶ୍ରୀ ଶ୍ରୀ ବଡ଼ ମା ଙ୍କ ଜନ୍ମ ଲଗ୍ନ ଘୋଷଣା ହୋଇ ଥିଲା ମା ଙ୍କ ପାଖ ରେ ଅଖଣ୍ଡ ଦୀପ ଶଙ୍ଖା ସିନ୍ଦୁର ତୈଳ ଓ ବସ୍ତ୍ର ପ୍ରଦାନ କରାଗଲା ପ୍ରସାଦ ବିତରଣ କରାଗଲା ଠିକ ରାତ୍ର ୭:୦୦ସମୟ ରେ ସତସଙ୍ଗ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ପ୍ରାର୍ଥନା ଓ ଅମୀୟ ଗ୍ରନ୍ଥ ପାଠ କରାଗଲା ପରେ ଭଜନ କୀର୍ତନ ଅନୁଷ୍ଠିତ ହୋଇ ଥିଲା ଏବଂ ପରମା ପ୍ରକୃତି ଶ୍ରୀ ବଡ଼ମା ଓ ଠାକୁର ଙ୍କ ଭାବଧାରା ଆଲୋଚନା କରାଗଲା ଶେଷ ରେ କୀର୍ତ୍ତନ ପରିବେଷଣ କରାଗଲା ଓ ଧ୍ୱନୀ ପ୍ରଦାନ ସହ ସତସଙ୍ଗ ସମାପନ କରାଗଲା ଓ ଶେଷ ରେ ଆନନ୍ଦ ବଜାର ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ଆଜି ର ଏହି ସତସଙ୍ଗ କୁ ପରିଚାଳନା କରିଥିଲେ ଶ୍ରୀ ହୃଦୟା ନନ୍ଦ ପଣ୍ଡା ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ ଶ୍ରୀ ଶ୍ୟାମ ପ୍ରଧାନ ଶ୍ରୀ ଭାସ୍କର ରେଡ୍ଡୀ ଶ୍ରୀ ଶିବ ପ୍ରସାଦ ଦୋରା ଶ୍ରୀ ରାଧାକାନ୍ତ ମହାନ୍ତି ଶ୍ରୀ ଶୁଭେନ୍ଦୁ ପାଣିଗ୍ରାହୀ ଶ୍ରୀ ଗିରିଶ ଦାସ ଶ୍ରୀ ବିନୋଦ ରଥ ଶ୍ରୀ ରବୀନ୍ଦ୍ର ପାଣିଗ୍ରାହୀ ଶ୍ରୀ ସୀତାରାମ ପ୍ରଧାନ ଶ୍ରୀ ସିମାଞ୍ଚଳ ବେହେରା ଶ୍ରୀ ସୋମ୍ୟରଞ୍ଜନ ଦାସ ଶ୍ରୀ ତାରାପ୍ରସାଦ ମହାନ୍ତି ଶ୍ରୀ ବୀରେନ୍ଦ୍ର ଦାସ ଶ୍ରୀ ରବୀନ୍ଦ୍ର ଦାସ ଏବଂ ମା ମାନେ ଶ୍ରୀମତୀ ମଞ୍ଜୁ ଦାସ ଶ୍ରୀମତୀ ଜ୍ୟୋତି ଶ୍ରୀମତୀ ସୁଚିତ୍ରା ପାଣିଗ୍ରାହୀ ଶ୍ରୀମତୀ ଚନ୍ଦ୍ରମା ରେଡ୍ଡୀ ଙ୍କ ସମେତ ବହୁ ଭାଇ ଓ ମା ମାନେ ସତସଙ୍ଗ ର ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଶ୍ରୀ ଶ୍ରୀ ବଡ଼ ମା ଙ୍କ ଶୁଭ ୧୩୩ ତମ ଜନ୍ମ ମହୋତ୍ସବ ପାଳନ !!!

