ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ରାଜ୍ୟ ସରକାର ଦେଉଛନ୍ତି ସ୍ଲୋଗାନ – ବିକଶିତ ଗାଁ , ବିକଶିତ ଓଡିଶା ! ହେଲେ ସୂଚନା ଫଳକରେ ସିମୀତ ହୋଇ ରହିଛି ରାସ୍ତା ନିର୍ମାଣ କାମ ! ରାଜଧାନୀ ଉପକଣ୍ଠ ବାରଙ୍ଗ ବ୍ଲକ ରାମଦାସପୁର ପଞ୍ଚାୟତ ରତାଗଡ ଗ୍ରାମରେ ଦେଖିବାକୁ ମିଳିଛି ଏପରି ଘଟଣା ! ବାରଂଗ ବ୍ଲକ ରେ ହେଉଛି ବ୍ୟାପକ ଅର୍ଥ ଆତ୍ମସାତ ! ଅଧିକାରୀ – ଯନ୍ତ୍ରୀ – ନେତା – ଠିକାଦାର ମିଳିମିଶି ଖାଉଛନ୍ତି ସରକାରୀ ଅର୍ଥ ! ଦେଖନ୍ତୁ ଏ ଦୃଶ୍ୟ – ଏହା ହେଉଛି ସେହି ସ୍ଥାନ, ଯେଉଁଠି ନିର୍ମାଣ କାମ ପାଇଁ ବିଗତ ୫ ବର୍ଷ ରେ ପ୍ରତୋକ ଆର୍ଥିକ ବର୍ଷରେ ଅନୁଦାନ ଆସୁଛି ! ହେଲେ ସବୁ ହେଉଛି ବାଟ ମାରଣା ! କେତେବେଳେ ଧଳା ସିମେଣ୍ଟ ଇଟା ଗୁଣ୍ଡ ପକାଇ ତ ଆଉ କେତେବେଳେ ମାଙ୍କେଡା ପଥର ପକାଇ କାମଚଳା ମରାମତି କାର୍ଯ୍ୟ କରାଯାଇ ରାଜସ୍ବ ଅର୍ଥ ହଡ଼ପ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସୂଚନା ଫଳକ ଲାଗିବା ପରେ ସମସ୍ତ ବାସ୍ତବ ଚିତ୍ର ସାମ୍ନାକୁ ଆସୁଛି । ଦୀର୍ଘ ୩ ମାସରୁ ଅଧିକ ହେବ ସିସି ଢ଼ଳେଇ ରାସ୍ତା ର ଫଳକ ହୋଇ ପଡ଼ି ରହିଛି ! ନା ଏଥିରେ ଅଛି କାର୍ଯ୍ୟ ଆରମ୍ଭ ତାରିଖ ନା ଅଛି ଶେଷ ତାରିଖ, କେବଳ ମଞୁର ହୋଇଥିବା ୫ଲକ୍ଷ ଟଙ୍କା ରେ ସିମିତ ଅଛି ସୂଚନା ଫଳକ । ବର୍ଷା ଦିନ ପୂର୍ବରୁ ଅର୍ଥ ମଂଜୁର ହୋଇଥିଲେବି କାମ ନହେବାରୁ ଲୋକଙ୍କୁ ସେଇ ଜମା ପାଣି ରେ ଯିବା ଆସିବା କରିବାକୁ ପଡୁଛି ! ଦେଖିବାକୁ ବାକି ରହିଲା ବିଭାଗୀୟ ଅଧିକାରୀଙ୍କ ନିଦ କେବେ ଭାଙ୍ଗୁଛି ନା ଅନୁଦାନ ଅର୍ଥରାଶି ସ୍ୱାହା ହେଉଛି ।
ରତାଗଡ ଗ୍ରାମରେ ସୂଚନା ଫଳକରେ ସିମୀତ ହୋଇ ରହିଛି ରାସ୍ତା ନିର୍ମାଣ କାମ !!!

