ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭା ଗୃହରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ (DSWO Section) ପକ୍ଷରୁ ଯୌତୁକ ନିଷେଧ ଅଧିନିୟମ-୧୯୬୧ ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, CDO-cum-EO ଶ୍ରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣାଦେବ ସମାଦାର, DLSA ସଚିବ ଶ୍ରୀମତୀ ଅଞ୍ଜଳୀ ମଛକୁନ୍ଦ, ଡେପୁଟି କଲେକ୍ଟର ଶ୍ରୀମତୀ ତପ୍ତି ରାଜ, DSWO ଶ୍ରୀମତୀ ଜୟଶ୍ରୀ ପଟନାୟକ, PO-cum-PO ଶ୍ରୀମତୀ ସଞ୍ଜୁଲତା ପାଣିଗ୍ରାହୀ ଓ ଜିଲ୍ଲା ହବ୍ ଫର୍ ଏମ୍ପାୱରମେଣ୍ଟ ଅଫ୍ ଉଇମେନ୍ (DHEW) ର ଜିଲ୍ଲା ସଂଯୋଜକ ଶ୍ରୀ ସୌମ୍ୟ ରଞ୍ଜନ ଦାଶ ଉପସ୍ଥିତ ଥିଲେ।
ତାଲିମ ଶିବିରରେ ଜିଲ୍ଲାର ସମସ୍ତ CDPO, LS, DSO, DPO, DSSO ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନଙ୍କ ସମେତ ପ୍ରାୟ ୬୦ ଜଣ ଅଂଶଗ୍ରହଣକାରୀ ଯୋଗଦେଇଥିଲେ। ଯୌତୁକ ନିଷେଧ ଅଧିନିୟମର ବିଭିନ୍ନ ସଂଶୋଧନ, ଆଇନଗତ ବ୍ୟବସ୍ଥା, ଅଭିଯୋଗ ପଞ୍ଜୀକରଣ, ମହିଳା ସୁରକ୍ଷା, ସଚେତନତା ସୃଷ୍ଟି ଓ ଯୌତୁକ ପ୍ରଥା ନିରାକରଣରେ ପ୍ରଶାସନର ଭୂମିକା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ତାଙ୍କ ଉଦ୍ବୋଧନରେ ଯୌତୁକ ପ୍ରଥାକୁ ସମାଜ ପାଇଁ ଏକ ଅଭିଶାପ ବୋଲି ଉଲ୍ଲେଖ କରି ଏହାର ସମୂଳ ନିରାକରଣ ପାଇଁ ସମସ୍ତ ବିଭାଗକୁ ସମନ୍ୱିତ ଭାବେ କାମ କରିବାକୁ ଆହ୍ୱାନ ଜଣାଇଥିଲେ। ସେ କହିଥିଲେ ଯେ ଆଇନ ସହିତ ସଚେତନତା ଓ ସାମାଜିକ ଭାଗୀଦାରି ମାଧ୍ୟମରେ ମାତ୍ର ଯୌତୁକମୁକ୍ତ ସମାଜ ଗଠନ ସମ୍ଭବ।
ଶେଷରେ DSWO ବିଭାଗ ପକ୍ଷରୁ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଯାଇଥିଲା। ତାଲିମ ଶିବିରଟି ସଫଳତାର ସହିତ ସମାପ୍ତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

