ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡ଼ା ବ୍ଲକ ଅନ୍ତର୍ଗତ ଭଗୀପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭଗୀପୁର ବିଦ୍ୟାଳୟ ପରିସରରେ ଆଦର୍ଶ ଯୁବ ପରିଷଦ, ବାଙ୍କୀ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଶ ପାଇଁ ସାମ୍ପ୍ରତିକ ସମୟରେ ଵୃକ୍ଷ ନିହାତି ଆବଶ୍ୟକ କରୁଥିବା ବେଳେ ଅନୁଷ୍ଠାନ ତରଫରୁ ଗଙ୍ଗଶିଉଳୀ, ଡାଳିମ୍ବ, ବଉଳ, ଅଁଳା ଆଦି ବୃକ୍ଷରୋପଣ କରାଯାଇଥିଲା । ପରିଷଦର ଆବାହକ ତଥା ସମାଜସେବୀ ଅକ୍ଷୟ କୁମାର ସାମଲଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରଦୀପ କୁମାର ଜେନା, ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା, ପଣ୍ଡିତ ମନୋଜ କୁମାର ରାଉତ, କଂଗ୍ରେସ ରଣା, ଅଙ୍ଗନୱାଡି କର୍ମୀ ସୌଦାମିନୀ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ ଓ ଉସ୍ଚାହିତ କରିଥିଲେ । ବୃକ୍ଷ ସଵୁର ଯତ୍ନ ସହିତ ଆଗକୁ ଏ କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ ତଥା ବ୍ୟାପକ କରିବାପାଇଁ ସମସ୍ତଙ୍କର ମତ, ସହମତି ପ୍ରକାଶ ପାଇଥିଲା । ଏହା ସହିତ ନିଜ ନିଜ ବାଡିରେ ଚାରାରୋପଣ କରିବା ପାଇଁ ଏକ ଶପଥ ପାଠ କରାଯାଇଥିଲା । ପରିଶେଷରେ ସସ୍ମିତା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଭଗୀପୁର ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

